ନାବାଳିକାଙ୍କୁ ବଳାତ୍କାର ମାମଲା: ଅଭିଯୁକ୍ତଙ୍କୁ ୧୪୨ ବର୍ଷ ଜେଲ

ଥିରୁଭାଲ୍ଲା,୧।୧୦: ଜଣେ ନାବାଳିକାଙ୍କୁ ୨ ବର୍ଷ ପର୍ଯନ୍ତ ବଳାତ୍କାର କରିଥିବା ଜଣେ ୪୧ବର୍ଷୀୟ ବ୍ୟକ୍ତିଙ୍କୁ କେରଳର ଏକ ଅଦାଲତ ଶୁକ୍ରବାର ୧୪୨ ବର୍ଷ ସଶ୍ରମ କାରାଦଣ୍ଡାରେ ଦଣ୍ଡିତ କରିଛନ୍ତି। ଏଥିସହ ପଥାନାମ୍‌ଥିଟ୍ଟା ଅତିରିକ୍ତ ଜିଲା ଓ ଦୌରା କୋର୍ଟ ବିଚାରପତି ଜୟକୁମାର ଜନ୍‌ ଅପରାଧୀ ଆନନ୍ଦନ ପି.ଆର୍‌.ଙ୍କ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଛନ୍ତି। ଜିଲାରେ ପୋକ୍ସୋ ମାମଲାରେ ଏହା ସର୍ବାଧିକ ଦଣ୍ଡବିଧାନ। ତେବେ ଅପରାଧୀ ସର୍ବମୋଟ ୬୦ ବର୍ଷ ଜେଲରେ ରହିବେ ବୋଲି ଜାରି ବିବୃତିରେ କୁହାଯାଇଛି। ଅପରାଧୀ ଆନନ୍ଦନ ୧୦ ବର୍ଷୀୟା ପୀଡ଼ିତାଙ୍କ ସମ୍ପର୍କୀୟ ଓ ତାଙ୍କ ଘରେ ରହୁଥିବା ବେଳେ ୨୦୧୯ରୁ ୨୦୨୧ ମଧ୍ୟରେ ନାବାଳିକାଙ୍କୁ ଯୌନ ନିର୍ଯାତନା ଦେଇଥିଲେ। ତାଙ୍କ ବିରୋଧରେ ପୋକ୍ସୋ ସମେତ ଆଇପିସିର ଧାରା ୫୦୬ରେ ମାମଲା ରୁଜୁ ହୋଇଥିଲା।