ମହିଳାଙ୍କ ସହ ଯୌନସମ୍ପର୍କ ରଖି ଫଟୋ ଭାଇରାଲ କରିଦେଲେ ଯୁବକ: ସ୍ବାମୀ ଜାଣିବା ପରେ…

ପୁରୀ,୩୧ା୧୨(ଅଜିତ୍‌ କୁମାର ମହାନ୍ତି):ମହିଳାଙ୍କ ବିନା ସହମତିରେ ତାଙ୍କ ସହ ଯୌନସମ୍ପର୍କ ସ୍ଥାପନ କରିବା ସହ ଅଶ୍ଳୀଳ ଭିଡିଓ ସୋସିିଆଲ ମିଡିଆରେ ଭାଇରାଲ କରିବା ଅଭିଯୋଗରେ ବଳିଆପଣ୍ଡା ଥାନା ପୋଲିସ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ହେଲେ ଉକ୍ତ ଥାନା ଅନ୍ତର୍ଗତ ବିଜୟ ନଗରର ବିକି ପ୍ରଧାନ। ପୋଲିସ ସୂଚନା ଅନୁଯାୟୀ, ଅଭିଯୋଗକାରୀ ସୋମବାର ଅଭିଯୋଗ କରିଥିଲେ ଯେ, ତାଙ୍କ ଅସହାୟତାର ଫାଇଦା ଉଠାଇ ଅଭିଯୁକ୍ତ ବିକି ତାଙ୍କ ବିନା ସହମତିରେ ଶାରୀରିକ ସମ୍ପର୍କ ରଖିଥିଲା। ପରେ ଅଶ୍ଳୀଳ ଫଟୋ ଆଦିକୁ ସୋସିଆଲ ମିଡିଆରେ ଭାଇରାଲ କରିଥିଲେ। ତାଙ୍କ ସ୍ବାମୀ ଏ ନେଇ ଅଭିଯୁକ୍ତଙ୍କୁ ପଚାରିଥିଲେ। ତେବେ ଅଭିଯୁକ୍ତ ତାଙ୍କ ସ୍ବାମୀଙ୍କୁ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବା ପାଇଁ ଧମକ ଦେଇଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା।

 

Dharitri – Odisha’s No.1 Odia Daily