ପାଟଣା,୧୩।୯(ବୀର କିଶୋର ଦାଶ): କେନ୍ଦୁଝର ଜିଲା କେନ୍ଦେଇ ପୋଷି ପାଟଣା ରାସ୍ତାର ଟାଙ୍ଗର ପଡ଼ା ପୋଖରୀ ନିକଟରେ ଏକ ୧୨ ଚକିଆ ହାଇୱା ଧକ୍କାରେ ଜଣେ ୪୭ ବର୍ଷୀୟ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଶନିବାର ସକାଳୁ କ୍ଷତିପୂରଣ ଦାବି ସହ ଅଙ୍କୁରାକ୍ରସର ଉଚ୍ଛେଦ, ଦୁର୍ଘଟଣା ଘଟାଇଥିବା ଡ଼୍ରାଇଭରଙ୍କ ଗିରଫ, ହାଇୱା ଜବତ ଦାବି ହୋଇଛି। ପାଟଣା କେନ୍ଦେଇ ପୋଷି ରାସ୍ତାର ଟାଙ୍ଗରପଡା ଛକ ଉପରେ ଟାୟାରଜାଳି ଓ କାଠଗଣ୍ଡୀ ପକାଇ ରାସ୍ତା ଅବରୋଧ ସହ ମୃତ ଅନିଲଙ୍କ ଘର ସମ୍ମୁଖ ରାସ୍ତାରେ ପରିବାର ଲୋକେ କାଠଗଣ୍ଡୀ ପକାଇ ରାସ୍ତା ଅବରୋଧ କରିଛନ୍ତି। ମୁଖ୍ୟମନ୍ତ୍ରୀ ବସ ସହ ଯାନବାହନ ଉଭୟ ପାଶର୍ବରେ ଅଟକି ରହିଛି। ଘଟଣାସ୍ଥଳରେ ପାଟଣା ଥାନା ଅଧିକାରୀ ମାନସ କୁମାର ମହାକୁଡ଼, ଏସଆଇ ଲକ୍ଷ୍ମଣ ମାଝି ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରାଇଥିଲେ। କିନ୍ତୁ ଉତ୍ତ୍ୟକ୍ତ ଲୋକେ ରାସ୍ତା ଅବରୋଧ ଜାରି ରଖିଛନ୍ତି। ସୂଚନାଯୋଗ୍ୟ ଯେ, ଶୁକ୍ରବାର ସା ୬.୩୦ମୃତକ ଅନିଲ କୁମାରସେଠୀ ୧୦ବର୍ଷ ର ପୁଅ ସହ ବିଲରୁ ଘରକୁ ଫେରୁଥିବା ବେଳେ ଟାଙ୍ଗରପଡ଼ା ହୁଡ଼ି ନିକଟ ପୋଖରୀ ପାଖରେ ପଛ ପାର୍ଶ୍ୱରୁ ଏକ ହାଇୱା ଧକ୍କା ଦେବାରୁ ଅନିଲଙ୍କ ମୃତ୍ୟୁ ଘଟିଥିଲ। ଖବର ଲେଖାଯିବା ସହ ଶବ ବ୍ୟବ ଛେଦ ହୋଇ କୁ ଆସିନାହିଁ।