ଯୁବତୀଙ୍କୁ ବଳାତ୍କାର କରି ୫ ବର୍ଷ ହେଲା କରୁଥିଲେ ବ୍ଲାକ୍‌ମେଲିଂ

ନବସରି,୫।୭: ଜଣେ ଯୁବତୀଙ୍କୁ ୫ ବର୍ଷ ଧରି ବଳାତ୍କାର ଏବଂ ବ୍ଲାକ୍‌ମେଲ କରିବା ଅଭିଯୋଗରେ ନବସରି ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି। ସେ ହେଲେ ୩୭ ବର୍ଷୀୟ ମୁସଲମାନ ଯୁବକ ଆସିମ ନିଜାମ ଶେଖ।

୫ ବର୍ଷ ତଳେ ଯୁବତୀଙ୍କୁ ନିଜାମ ପ୍ରଥମେ ବଳାତ୍କାର କରି ଏହାର ଭିଡ଼ିଓ କରିଥିଲେ। ପରେ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରିଆସୁଥିବା ପୋଲିସ କହିଛି। ଏପରିକି ଅଭିଯୁକ୍ତ ତାଙ୍କର ଜଣେ ବନ୍ଧୁଙ୍କୁ ବିବାହ କରିବାକୁ ଚାପ ପକାଉଥିବା ଯୁବତୀ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୋଲିସ ପୋକ୍‌ସୋ ଆକ୍ଟରେ ଏକ ମାମଲା ରୁଜୁ କରି ଘଟଣାର ଅଧିକ ତଦନ୍ତ ଚଳାଇଛି।

Share