କାମରୁ ଫେରୁଥିବାବେଳେ ହାତୀ ହାବୁଡ଼ରେ ପଡିଗଲେ ବ୍ୟକ୍ତି, ମୁଣ୍ଡ-ଗଣ୍ଡି ସମ୍ପୂର୍ଣ୍ଣ ଅଲଗା

ନିରାକାରପୁର, ୭।୨(ମାନସ ଚନ୍ଦ୍ର ପଟ୍ଟନାୟକ): ପୁଣି ହାତୀ ଆକ୍ରମଣରେ ଜଣେ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି । ସେ ହେଲେ ଖୋର୍ଦ୍ଧା ବନଖଣ୍ଡ ଟାଙ୍ଗୀ ବନାଞ୍ଚଳ ସିକୋ ଖଡ଼ିପଦର ଗ୍ରାମର ଶଙ୍କର ରାଉତରାୟ(୪୫)। ସୂଚନାଅନୁସାରେ, ସେ ବହୁଦିନ ଧରି ବାହାର ରାଜ୍ୟରେ ରହୁଥିଲେ। ଏବେ କିଛି ଦିନ ହେଲା ଗାଁକୁ ଫେରି ସିକୋ ବଜାରରେ ବେପାର ବାଣିଜ୍ୟ କରିବା ପାଇଁ ଏକ ଦୋକାନ ନିର୍ମାଣ କାର୍ଯ୍ୟ କରି ଗତକାଲି ରାତିରେ ସିକୋରୁ ନିଜ ସାଇକେଲ ଯୋଗେ ଘରକୁ ଫେରୁଲେ। ଏହି ସମୟରେ ହାତୀ ହାବୁଡ଼ରେ ପଡିଯାଇଥିଲେ । ହାତୀ ଆକ୍ରମଣର ଶିକାର ହୋଇ ମୃତ୍ୟୁ ଘଟିଛି ବୋଲି ପରିବାର ଲୋକେ ଅଭିଯୋଗ କରିଛନ୍ତି।

Dharitri – Odisha’s No.1 Odia Daily

Share
Tags: odisha