Categories: Home Leftଖେଳ

ଭାରତ ଜିତିବା ପରେ ପଡ଼ିଆକୁ ଦୌଡି ଆସିଲେ ଅଜଣା ବ୍ୟକ୍ତି, ରାହୁଲଙ୍କୁ ଧରି କରିବାକୁ ଲାଗିଲେ ଏମିତି, ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୫।୩: ଭାରତ ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସେମିଫାଇନାଲରେ ଅଷ୍ଟ୍ରେଲିଆକୁ ପରାସ୍ତ ପ୍ରବେଶ କରିଛି। ଟିମ ଇଣ୍ଡିଆର ବିଜୟ ପରେ ତୁରନ୍ତ ପଡ଼ିଆରେ ଏକ ଆଶ୍ଚର୍ଯ୍ୟଜନକ ଦୃଶ୍ୟ ଦେଖିବାକୁ ମିଳିଥିଲା। ଜଣେ ବ୍ୟକ୍ତି ସୁରକ୍ଷା ବଳୟ ଭାଙ୍ଗି ପଡ଼ିଆ ଭିତରକୁ ପ୍ରବେଶ କରିଥିଲେ। ତାଙ୍କୁ ଦେଖି ସୁରକ୍ଷା କର୍ମୀମାନେ ତୁରନ୍ତ ଦୌଡ଼ି ଯାଇ ବ୍ୟକ୍ତିଙ୍କୁ ଧରି ବାହାରକୁ ନେଇଗଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ପ୍ରକୃତରେ, ଅଷ୍ଟ୍ରେଲିଆ ଭାରତକୁ ଜିତିବା ପାଇଁ ୨୬୫ ରନର ଟାର୍ଗେଟ ଦେଇଥିଲା। ଏହାର ଜବାବରେ, ୪୯ ଓଭରରେ ଭାରତ ପକ୍ଷରୁ କେ.ଏଲ ରାହୁଲ ଏବଂ ରବିନ୍ଦ୍ର ଜାଡେଜା ବ୍ୟାଟିଂ କରୁଥିଲେ। ଅଷ୍ଟ୍ରେଲିଆ ୪୯ତମ ଓଭର ଗ୍ଲେନ ମ୍ୟାକ୍ସୱେଲଙ୍କୁ ଦେଇଥିଲା। ରାହୁଲ ଓଭରର ପ୍ରଥମ ବଲରେ ଛକା ମାରିଥିଲେ। ଭାରତର ବିଜୟ ପରେ ତୁରନ୍ତ ଜଣେ ବ୍ୟକ୍ତି ପଡ଼ିଆକୁ ପ୍ରବେଶ କରି ରାହୁଲଙ୍କୁ କୁଣ୍ଢେଇ ପକାଇଥିଲେ। ପ୍ରଶଂସକଙ୍କୁ ସମ୍ମାନ ଜଣାଇ, ରାହୁଲ ତାଙ୍କୁ କିଛି କହିଲେ ନାହିଁ। ତଥାପି, ଏହା ପରେ ତୁରନ୍ତ ସୁରକ୍ଷା କର୍ମୀମାନେ ତାଙ୍କୁ ବାହାର କରିଦେଇଥିଲେ।

Share