ନୂଆଦିଲ୍ଲୀ,୨୧ା୩: ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (ଏଆଇ) ସହାୟତାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆପତ୍ତିଜନକ ଫଟୋ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ଶେୟାର କରିଥିବା ଅଭିଯୋଗରେ ବିହାରର ସିଦ୍ଧନାଥ କୁମାରଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି। ବିହାରର ଅର୍ଓ୍ବାଲ ଜିଲାରୁ ଗିରଫ ହୋଇଥିବା ସିଦ୍ଧନାଥଙ୍କ ନାମରେ ପୋଲିସ ମାମଲା ରୁଜୁ କରିବା ସହ ଜେରା ପାଇଁ ଦିଲ୍ଲୀ ଆଣିଛି। ଅଭିଯୁକ୍ତ ଜଣକ ପୂର୍ବରୁ ଭାଜପାର ଜଣେ ବିଧାୟିକା ଏବଂ ଜଣେ ବିଦେଶୀ ମହିଳା ନେତ୍ରୀଙ୍କ ପରିବର୍ତ୍ତିତ ଫଟୋ ଶେୟାର କରିଥିଲେ ବୋଲି ପୋଲିସ କହିଛି।