ଚୋରି ଅଭିଯୁକ୍ତଙ୍କୁ ଟ୍ରକରେ ବାନ୍ଧି ଘୋଷାଡ଼ି ନେଲେ

ଭୋପାଳ,୨୮।୮: ଚୋରି ଅଭିଯୋଗରେ ଜଣେ ୪୫ ବର୍ଷୀୟ ବ୍ୟକ୍ତିଙ୍କୁ ଖୁବ୍‌ ମାଡ଼ ମାରିବା ପରେ ପିକ୍‌ ଅପ ଟ୍ରକରେ ବାନ୍ଧି ରାସ୍ତାରେ ଘୋଷାଡ଼ି ଘୋଷାଡ଼ି ନିଆଯାଇଛି। ଏଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ନିମୁଚ ଜିଲାରୁ।

ଜଣେ ଚୋରକୁ ଧରିଥିବା ଅଭିଯୁକ୍ତମାନେ ପୋଲିସକୁ ଫୋନ କରି କହିଥିଲେ। ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ପୀଡ଼ିତଙ୍କୁ ପୋଲିସ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲା। ତାଙ୍କୁ ସେଠାରୁ ନିମୁଚ ଜିଲା ହସ୍ପିଟାଲ ନିଆଯାଉଥିବା ବେଳେ ତାଙ୍କ ମୃତ୍ୟୁ ଘଟିଥିଲା। ମୃତକଙ୍କ ନାମ କହ୍ନେୟା ଭିଲ। ସେ ବାନାଦା ଗ୍ରାମର ବାସିନ୍ଦା।

ନିର୍ଯାତନା ଦେଇ ହତ୍ୟା କରିବା ଘଟଣାରେ ୮ ଜଣ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ଖୁବ୍‌ ଶୀଘ୍ର ଗିରଫ କରାଯିବ। ଘଟଣାର ଭାଇରାଲ ଭିଡିଓ ଦୋଷୀମାନଙ୍କୁ ଚିହ୍ନଟ କରିବାରେ ସାହାଯ୍ୟ କରିଥିବା ନିମୁଚ ଏସ୍‌ପି ସୁରଜ ବର୍ମା କହିଛନ୍ତି।

ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା, ଏସ୍‌ସି ଓ ଏସ୍‌ଟି ଆଇନ ଏବଂ ଆଇପିସିର ଅନ୍ୟାନ୍ୟ ଦଫାରେ ମାମଲା ରୁଜୁ କରାଯାଇଛି।

 

Share