ନିର୍ବାଚନ ପୂର୍ବରୁ ମମତାଙ୍କ ବଡ଼ ଘୋଷଣା

କୋଲକାତା,୭ା୩: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ ସମସ୍ତ ଦଶମ ଶ୍ରେଣୀ ପାସ୍‌ ବେରୋଜଗାରୀ ଯୁବବର୍ଗଙ୍କୁ ମାସିକ ୧,୫୦୦ ଟଙ୍କା ଭତ୍ତା ଶନିବାର ପ୍ରଦାନ କରିଛନ୍ତି। ପ୍ରତି ମାସରେ ଏହି ଭତ୍ତା ସେମାନଙ୍କୁ ଭବିଷ୍ୟତରେ ଆତ୍ମନିର୍ଭର ହେବାରେ ସହାୟକ ହେବ ବୋଲି ମମତା କହିଛନ୍ତି।

ଭୋଟର ତାଲିକାର ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍‌ଆଇଆର୍‌) ବେଳେ ବହୁସଂଖ୍ୟାରେ ଭୋଟରଙ୍କ ନାଁ କାଟିଦିଆଯାଇଥିବାରୁ ଏହାର ପ୍ରତିବାଦରେ ଧାରଣାରେ ବସିଥିବା ଟିଏମ୍‌ସି ସୁପ୍ରିମୋ ମମତା ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସ ଅବ୍ୟବହିତ ପୂର୍ବରୁ ବେରୋଜଗାରୀ ଭତ୍ତା ଘୋଷଣା କରିଛନ୍ତି। ୨୧ରୁ ୪୦ ବର୍ଷ ବୟସବର୍ଗର ମାଧ୍ୟମିକ ପରୀକ୍ଷା ପାସ୍‌ କରିଥିବା ପୁରୁଷ ଓ ମହିଳାଙ୍କୁ ମାର୍ଚ୍ଚ ୭ରୁ ପ୍ରତି ମାସରେ ୧,୫୦୦ ଟଙ୍କା ଲେଖାଏ ମିିଳିବ ବୋଲି ମମତା କହିଛନ୍ତି। ଭତ୍ତା ପାଇଁ ଆବେଦନ କରିଥିବା ପ୍ରାୟ ୧ କୋଟି ଯୁବକ ଏଥିରୁ ଉପକୃତ ହେବେ ବୋଲି ସୂଚନା ମିଳିଛି।

Share