‘ଇଣ୍ଡିଆ’ କ୍ଷମତାସୀନ ହେଲେ ବାହାରୁ ସମର୍ଥନ ଦେବେ ମମତା

କୋଲ୍‌କାତା,୧୬ା୫:ବିରୋଧୀଙ୍କ ଇଣ୍ଡିଆନ୍‌ ନ୍ୟାଶନାଲ ଡେଭେଲପ୍‌ମେଣ୍ଟ ଇନ୍‌କ୍ଲୁସିଭ୍‌ ଆଲାଏନ୍ସ (ଇଣ୍ଡିଆ) ବ୍ଲକ୍‌ ଲୋକ ସଭା ନିର୍ବାଚନ ପରେ ସରକାର ଗଢ଼ିଲେ ପଶ୍ଚିମବଙ୍ଗର ଶାସକ ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏଥିରେ ସାମିଲ ହେବ ନାହିଁ। ଇଣ୍ଡିଆ ବ୍ଲକ୍‌କୁ ଟିଏମ୍‌ସି ବାହାରୁ ସମର୍ଥନ ଦେବ ବୋଲି ବୁଧବାର ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସ୍ପଷ୍ଟ କରିଛନ୍ତି।

ସୁପ୍ରିମୋ ମମତା କହିଛନ୍ତି, ଆମେ ଇଣ୍ଡିଆ ମେଣ୍ଟକୁ ନେତୃତ୍ୱ ପ୍ରଦାନ କରି ପ୍ରସଙ୍ଗଭିତ୍ତିକ ବାହ୍ୟ ସମର୍ଥନ କରିବୁ। ପଶ୍ଚିମବଙ୍ଗର ମା’ ଓ ଭଉଣୀମାନେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ହେବେ ଏବଂ ଏମ୍‌ଜିଏନ୍‌ଆର୍‌ଇଜିଏରେ ଶ୍ରମିକ ୧୦୦ ଦିନ କାର୍ଯ୍ୟ ପାଇବେ ତାହା ନିଶ୍ଚିତ କରିବୁ। କିନ୍ତୁ ଇଣ୍ଡିଆରେ ସିପିଆଇଏମ୍‌ କିମ୍ବା କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀ ସାମିଲ ନ ହେବା କଥା ବୋଲି ମମତା ସର୍ତ୍ତ ବାଢ଼ିଛନ୍ତି।

Share
Tags: National