ମହୁଆଙ୍କ ସପକ୍ଷରେ ବାହାରିଲେ ମମତା

କୋଲକାତା,୨୩।୧୧: ସଂସଦରେ ପ୍ରଶ୍ନ ପଚାରିବା ପାଇଁ ଟଙ୍କା ନେଇଥିବା ଅଭିଯୋଗରେ ଛନ୍ଦି ହୋଇପଡିଥିବା ତୃଣମୂଳ କଂଗ୍ରେସ ଏମ୍‌ପି ମହୁଆ ମୋଇତ୍ରାଙ୍କ ସପକ୍ଷରେ ବାହାରିଛନ୍ତି ତାଙ୍କ ଦଳର ସୁପ୍ରିମୋ ତଥା ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଭାଜପା ମୋଇତ୍ରାଙ୍କୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ସେ ଅଭିଯୋଗ କରିଛନ୍ତି।
ମମତା କହିଛନ୍ତି, ଭାଜପା ମୋଇତ୍ରାଙ୍କୁ ଲୋକ ସଭାରୁ ହଟାଇବାକୁ ଯୋଜନା କରୁଛି। ଏହା ତାଙ୍କୁ (ମହୁଆ ମୋଇତ୍ରା) ନିର୍ବାଚନ ପୂର୍ବରୁ ଅଧିକ ଲୋକପ୍ରିୟ ହେବାରେ ସାହାଯ୍ୟ କରିବ। ସେ ସଂସଦରେ କହୁଥିଲେ, ଏବେ ସେ ବାହାରେ କଥା ହେବେ।
ଏହାପୂର୍ବରୁ ମମତା ବାନାର୍ଜୀ ମହୁଆ ମୋଇତ୍ରାଙ୍କୁ କୃଷ୍ଣନଗର (ନଦିଆ ଉତ୍ତର)ର ଅଧ୍ୟକ୍ଷ କରିଥିଲେ। ଏଥିପାଇଁ ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରି ବାନାର୍ଜୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।