ନାଲି ଆଖି ଦେଖାଇଲେଣି ମମତା, ଲାଗିଲା ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ

କୋଲକାତା,୬।୫: ପଶ୍ଚିମବଙ୍ଗ ଦୀଘାରେ ପ୍ରତିଷ୍ଠା ହୋଇଥିବା ଜଗନ୍ନାଥ ମନ୍ଦିରକୁ ନେଇ ବିବାହ ଥମିବାରେ ନାଁ ନେଉନି। ଏବେ ଦୀଘା ମନ୍ଦିର ସାମ୍ନାରେ ଲାଗିଛି ସ୍ଥାୟୀ ଜଗନ୍ନାଥ ଧାମ ହୋର୍ଡିଂ। ଇଂରାଜୀରେ ବଡ ବଡ ଅଡ଼ରରେ ‘ଜଗନ୍ନାଥ ଧାମ’ ଲେଖାଥିବା ହୋର୍ଡିଂ ଲାଗିବା ପରେ ବିବାଦ ଆହୁରି ବଢିବ ବୋଲି ଅନୁମାନ କରାଯାଉଛି। ପୂର୍ବରୁ ଏଠାରେ ଅସ୍ଥାୟୀ ହୋର୍ଡିଂ ଲାଗିଥିବା ବେଳେ ରାତାରାତି ପଶ୍ଚିମବଙ୍ଗ ପ୍ରଶାସନ ପକ୍ଷରୁ ଏହି ସ୍ଥାୟୀ ହୋର୍ଡିଂ ଲଗାଯାଇଛି।
ଏହି ଜଗନ୍ନାଥ ମନ୍ଦିରକୁ ଜଗନ୍ନାଥ ଧାମ ନାଁ ଦେବାକୁ ନେଇ ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ତୁତୁ ମେମେ ଆରମ୍ଭ ହୋଇଯାଇଥିବା ବେଳେ ଏବେ ଯେମିତି ମମତା ସରକାର ଏହି ଜଳନ୍ତା ନିଆଁ ଉପରେ ଘିଅ ଢାଳିଛନ୍ତି।