୪୭ ବର୍ଷରେ ବି ଫିଟ୍‌ ଅଛନ୍ତି ମଲାଇକା: ଏଥିପାଇଁ କରିଥାନ୍ତି ଏସବୁ…

ନିଜର ଫିଟ୍‌ନେସ୍‌ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ଅଭିନେତ୍ରୀ ମଲାଇକା ଆରୋରା ଇତିମଧ୍ୟରେ ୪୭ ବର୍ଷର ହୋଇସାରିଛନ୍ତି। ୨୩ ଅକ୍ଟୋବର, ୧୯୭୩ରେ ମହାରାଷ୍ଟ୍ରର ଥାନେରେ ଜନ୍ମଗ୍ରହଣ କରିଥିବା ମଲାଇକାଙ୍କର ଆଜି ହେଉଛି ଜନ୍ମଦିନ। ୪୭ ବର୍ଷୟରେ ମଧ୍ୟ ସେ ପୁରା ଫିଟ୍‌ ଅଛନ୍ତି। ଅନେକ ରିଆଲିଟି ଶୋ’ରେ ତାଙ୍କ ଫିଟ୍‌ନେସ୍‌କୁ ନେଇ ଲୋକେ ପ୍ରଶଂସା ମଧ୍ୟ କରିଥାନ୍ତି। ଅନେକ ସେଲିବ୍ରିଟି ତାଙ୍କ କପି ବି କରିଥାନ୍ତି।
ତେବେ ମଲିକା ଫିଟ୍‌ ରହିବା ପାଇଁ ଡାଏଟ୍‌ ଉପରେ ବିଶ୍ୱାସ କରନ୍ତି ନାହିଁ। ଫିଟ୍‌ ରହିବା ପାଇଁ ସେ ଯୋଗ ଏବଂ ବ୍ୟାୟାମକୁ ପ୍ରାଧାନ୍ୟ ଦେଇଥାନ୍ତି। କିଛି ବର୍ଷ ପୂର୍ବେ ସେ ଯୋଗ କରିବା ଆରମ୍ଭ କରିଥିଲେ। ଏକ ସାକ୍ଷାତକାରରେ ମଲାଇକା କହିଥିଲେ ଯେ, ଏକଦା ତାଙ୍କୁ ଆଘାତ ଲାଗିଥିଲା। ଏଥିପାଇଁ ଯୋଗ କରିବାକୁ ତାଙ୍କୁ କୁହାଯାଇଥିଲା। ଏହା ପରଠାରୁ ସେ ଯୋଗ କରିବା ଆରମ୍ଭ କରିଥିଲେ। ଯାହାକି ଆଜି ପର୍ଯ୍ୟନ୍ତ ଜାରି ରହିଛି ବୋଲି ସେ କହିଥିଲେ।
ପ୍ରତିଦିନ ମଲାଇକା କିଛି ସମୟ ଯୋଗ କରିଥାନ୍ତି। ସୂର୍ଯ୍ୟ ନମସ୍କାରରୁ ଏହା ଆରମ୍ଭ ହୋଇଥାଏ। ପରେ ମେଡିଟେଶନ କରନ୍ତି। ଅଷ୍ଟାଙ୍ଗ ଭିନ୍ୟାସା ଯୋଗ ତାଙ୍କର ସବୁଠାରୁ ପସନ୍ଦ। ଫିଟ୍‌ ରହିବା ପାଇଁ ସେ ଯୋଗ ସାଙ୍ଗକୁ ମଧ୍ୟବର୍ତ୍ତୀ ଉପବାସ ମଧ୍ୟ କରିଥାନ୍ତି। ଡାଏଟ୍‌ରେ କ’ଣ ଖାଇବ ତାହାଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ କେତେବେଳେ ଥାଇବ ତାହା ସବୁଠାରୁ ଗୁରୁତ୍ୱ ବୋଲି ମଲାଇକା କୁହନ୍ତି। ତେବେ ସେ ଡାଏଟ୍‌ରେ ମିକ୍ସ ଫ୍ରୁଟ୍‌ସ, ମଲ୍ଟିଗ୍ରୀନ୍‌ ଟୋଷ୍ଟ, ଭେଜିଟେବଲ ଜୁସ, ବ୍ରାଉନ୍‌ ରାଇସ୍‌, ରୁଟି, ତରକାରୀ, ସାଲାଟ୍‌, ପ୍ରୋଟିନ୍‌ ସେକ୍‌, ସୁପ୍‌ ଆଦି ନେଇଥାନ୍ତି।

Share