ମହୁଆ ମୈାଇତ୍ରାଙ୍କ ପାଇଁ ମୁଣ୍ଡ ଟେକିଲା ନୂଆ ସମସ୍ୟା, ସମନ କଲା ଇଡି

ନୂଆଦିଲ୍ଲୀ,୧୫।୨: ତୃଣମୂଳ କଂଗ୍ରେସ ନେତା ତଥା ପୂର୍ବତନ ଲୋକସଭା ଏମପି ମହୁଆ ମୈାଇତ୍ରାଙ୍କ ପାଇଁ ନୂଆ ସମସ୍ୟା ମୁଣ୍ଡ ଟେକିଛି। ବୈଦେଶିକ ଟଙ୍କା କାରବାର ଉଲ୍ଲଂଘନ ମାମଲାରେ ପଚରାଉଚରା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ତାଙ୍କୁ ଡକାଇଛି। ସୋମବାର ଦିଲ୍ଲୀର ଏଜେନ୍ସି କାର୍ଯ୍ୟାଳୟରେ ହାଜର ହେବାକୁ କୁହାଯାଇଛି।

ଟଙ୍କା ନେଇ ଲୋକସଭାରେ ପ୍ରଶ୍ନ କରିବା ଅଭିଯୋଗରେ ଏଥିକ୍ସ କମିଟି ରିପୋର୍ଟକୁ ଆଧାର କରି ଗତ ବର୍ଷ ଡିସେମ୍ବରରେ ତୃଣମୂଳ କଂଗ୍ରେସ ନେତାଙ୍କୁ ଲୋକସଭାରୁ ବହିଷ୍କାର କରାଯାଇଥିଲା। ଏହାପରେ ସେ ସୁପ୍ରିମକୋର୍ଟରେ ତାଙ୍କର ବହିଷ୍କାରକୁ ଚ୍ୟାଲେଞ୍ଜ କରିଥିଲେ ଯାହା ବର୍ତ୍ତମାନ ତାଙ୍କ ଆବେଦନ ବିଚାରାଧୀନ ଅଛି।

Share
Tags: mahua moitra