କାଠ ବୋଝେଇ ମହିନ୍ଦ୍ରା ଜବତ

ପଦ୍ମପୁର,୧୭୩ (ପ୍ରଦୀପ୍ତ ଦାଶ)-ପଦ୍ମପୁର ବ୍ଲକ ବୋଡ଼େନ ଥାନା ଅନ୍ତର୍ଗତ ଧଉଁଲିବାହାଲ ଗ୍ରାମଠାରେ ବିଜା ଗଣ୍ଡି ଚୋରି କରି ନେଉଥିବା ମହିନ୍ଦ୍ରା ମ୍ୟାକ୍ସ ପିକପ (ଓଆର ୦୩ ଡି ୧୮୩୨)ଗାଡ଼ିକୁ ବନ ବିଭାଗ ଜବତ କରିଛି। ଜବତ କାଠ ୪୦ ସିଏଫ୍ଟି ହୋଇଥିବା ରେଞ୍ଜର ସୁଦାମ ଜଗଦଲା ସୂଚନା ଦେଇଛନ୍ତି। ରବିବାର ବିଳମ୍ବିତ ରାତ୍ରିରେ ଗନ୍ଧମାର୍ଦ୍ଧନ ରିଜର୍ଭ ଜଙ୍ଗଲଠାରେ ପିକପ ଯୋଗେ ମୂଲ୍ୟବାନ ବିଜା କାଠ ଚାଲାଣ ହେଉଥିଲା।ଖବର ପାଇ ପଦ୍ମପୁର ବନାଞ୍ଚଳ ଅଧିକାରୀ ସୁଦାମ ଜଗଦଲା, ବନପାଳ ସରୋଜ କୁମାର ସାହୁ,ଚିନ୍ମୟୀ ମହାପାତ୍ର,ସ୍ବାର୍ଡ ମାଧବ ଖର୍ସେଲ, ରଞ୍ଜନ ଭଏସା, ମାନ ଠେଠୁଆ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ଉକ୍ତ ପିକପକୁ ଜବତ କରିଥିଲେ। କିନ୍ତୁ ଅନ୍ଧାର ରାତି ଓ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଡ଼୍ରାଇଭର ସମେତ ଅନ୍ୟ ମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ ।