ନୂଆଦିଲ୍ଲୀ,୭ା୬ ପ୍ରଧାନମନ୍ତ୍ରୀଙ୍କ ଅର୍ଥନୈତିକ ଉପଦେଷ୍ଟା ପରିଷଦ (ଇଏସି-ପିଏମ୍)ର ନୂଆ ଅଧ୍ୟକ୍ଷ ଭାବେ ଇନ୍ଦିରା ଗାନ୍ଧୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଡେଭେଲପମେଣ୍ଟ ରିସର୍ଚ୍ଚର ପୂର୍ବତନ କୁଳପତି ଏସ୍. ମହେନ୍ଦ୍ର ଦେବ ଦାୟିତ୍ୱ ଗ୍ରହଣ କରିଛନ୍ତି। ନୀତି ଆୟୋଗ ଉପାଧ୍ୟକ୍ଷ ସୁମନ ବେରି ଅତିରିକ୍ତ ଭାବେ ଇଏସି ପିଏମ୍ ଦାୟିତ୍ୱରେ ଥିବା ବେଳେ ଖ୍ୟାତନାମା ଅର୍ଥନୀତିଜ୍ଞ ମହେନ୍ଦ୍ର ଦେବ ତାଙ୍କ ସ୍ଥାନ ନେଇଛନ୍ତି।
ଇଏସି-ପିଏମ୍ର ପ୍ରଥମ ଅଧ୍ୟକ୍ଷ ବିବେକ ଦେବରୟଙ୍କ ପରଲୋକ ପରେ ଗତ ନଭେମ୍ବରରୁ ଏଥିରେ କେହି ପୂର୍ଣ୍ଣକାଳୀନ ଅଧ୍ୟକ୍ଷ ନ ଥିଲେ।