ନିର୍ବାଚନ ଡ୍ୟୁଟି କରୁଛନ୍ତି କି ଧୋନୀ? ଲୋକଙ୍କ ଭିଡ ପରେ ଜଣାପଡିଲା ପ୍ରକୃତ ରହସ୍ୟ

ରାଞ୍ଚି,୨୪।୫:ଆଇପିଏଲ୍‌ ୨୦୨୨ରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ)ର ଯାତ୍ରା ସମାପ୍ତ ହୋଇଛି। ଚଳିତ ସିଜିନ୍‌ରେ ଏମଏସ ଧୋନୀଙ୍କ ଅଧିନାୟକତ୍ୱରେ ସିଏସ୍‌କେ ପଏଣ୍ଟ ଟେବୁଲରେ ନବମ ସ୍ଥାନ ଅଧିକାର କରିଥିଲା। ଧୋନୀ ଝାଡଖଣ୍ଡର ରାଜଧାନୀ ରାଞ୍ଚିରୁ ଆସିଛନ୍ତି। ଏବେ ଝାଡଖଣ୍ଡରେ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେଉଛି। ଧୋନୀଙ୍କ ଭଳି ଅବିକଳ ଦିଶୁଥିବା ବିବେକ କୁମାର ନାମକ ଜଣେ ବ୍ୟକ୍ତି ନିର୍ବାଚନ ଡ୍ୟୁଟିରେ ଅଛନ୍ତି। ତାଙ୍କୁ ଲୋକେ ଧୋନୀ ଭାବି ସେଠାରେ ଭିଡ ଲଗାଇଛନ୍ତି। ତାଙ୍କ ଅଟୋଗ୍ରାଫ୍‌ ନେବାକୁ ମଧ୍ୟ ଲୋକେ ଚାହୁଁଛନ୍ତି। ଏହାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଆଇପିଏଲ ୨୦୨୨ରେ ଚେନ୍ନାଇ ସୁପର କିଙ୍ଗସ (ସିଏସ୍‌କେ) ରାଜସ୍ଥାନ ବିପକ୍ଷରେ ଶେଷ ମ୍ୟାଚ ଖେଳିଥିଲା। ଏହି ମ୍ୟାଚ୍‌ରେ ସିଏସ୍‌କେ ପରାସ୍ତ ହୋଇଥିଲା। ମ୍ୟାଚ୍‌ ଧୋନୀ ପ୍ରକାଶ କରିଥିଲେ, ସିଏସକେ ପାଇଁ ଏହା ତାଙ୍କର ଶେଷ ମ୍ୟାଚ ନୁହେଁ, ସେ ଆଇପିଏଲରେ ଆହୁରି ଖେଳିବେ। ଚେନ୍ନାଇରେ ମୁଁ ଶେଷ ମ୍ୟାଚ୍‌ ଖେଳିବାକୁ ଚାହୁଁଛି।