ରୁଷିଆର ରିଓ୍ବର୍ଟ ବ୍ରାଣ୍ଡ ବିୟର କ୍ୟାନ୍‌ରେ ମହାତ୍ମା ଗାନ୍ଧୀଙ୍କ ଫଟୋ, Viral Photo ଦେଖି ତାତିଲେ ଭାରତୀୟ, କାର୍ଯ୍ୟାନୁଷ୍ଠାନ ଦାବି…

ନୂଆଦିଲ୍ଲୀ,୧୫।୨: ରୁଷିଆର ଏକ ବିୟର ବ୍ରାଣ୍ଡ ବୋତଲରେ ମହାତ୍ମା ଗାନ୍ଧୀଙ୍କ ଫଟୋ। ଏହାର କିଛି ଫଟୋ ସୋସିଆଲ ମିଡିଆରେ ଆସିବା ପରେ ଲୋକମାନଙ୍କ ମଧ୍ୟରେ ଆକ୍ରୋଶ ବୃଦ୍ଧି ପାଇଛି। ଓଡ଼ିଶାର ସାମାଜିକ ତଥା ରାଜନେତା ସୁପର୍ଣ୍ଣୋ ଶତପଥୀ ଦ୍ୱାରା ମହାତ୍ମାଙ୍କ ଫଟୋ ଥିବା ରିଓ୍ବର୍ଟ ବିୟର କ୍ୟାନ୍‌ର ଫଟୋ ଶେୟାର କରିବା ପରେ ବିବାଦ ଆରମ୍ଭ ହୋଇଛି। ‘ଏକ୍ସ’ରେ ଏହାକୁ ଶେୟାର କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ପୂର୍ଣ୍ଣ ମାମଲାରେ ହସ୍ତକ୍ଷେପ କରିବାକୁ ତଥା ରୁଷିଆ ଅଧିକାରୀଙ୍କ ସାମ୍ନାକୁ ଏହି ପ୍ରସଙ୍ଗ ଆଣିବାକୁ ଦାବି ରଖିଛନ୍ତି।

ଶତପଥୀ ନିଜର ଏକ୍ସ ପୋଷ୍ଟର କ୍ୟାପ୍‌ଶନରେ କହିଛନ୍ତି, ରୁଷିଆର ରିଓ୍ବଟ୍‌ କମ୍ପାନୀ ଗାନ୍ଧୀଜୀଙ୍କ ନାମରେ ବିୟର ବିକ୍ରି କରୁଥିବା ଜଣାପଡ଼ିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମୋର ବିନମ୍ର ଅନୁରୋଧ ଯେ ସେ ଏହି ମାମଲାକୁ ନିଜର ବନ୍ଧୁ ରୁଷିଆ ରାଷ୍ଟ୍ରପତିଙ୍କ ସାମ୍ନାରେ ଉଠାନ୍ତୁ।

ସେହିଭଳି ଇନ୍‌ଷ୍ଟାଗ୍ରାମରେ ମଧ୍ୟ ଦୁଇ ଭାରତୀୟ ଯୁବକଙ୍କ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ରିଓ୍ବଟ୍‌ ବିୟର କ୍ୟାନ୍‌ ଧରିଥିବା ଦେଖାଯାଉଛି। ଏହାର ଫଟୋ ଭାଇରାଲ ହେବା ପରେ ଅନେକ ସୋସିଆଲ ମିଡିଆ ବ୍ୟବହାରକାରୀ କମ୍ପାନୀର ନିନ୍ଦା କରି ଏହାକୁ ଅପମାନଜନକ କହିଛନ୍ତି। କିଛି ଏହାକୁ ଆଶ୍ଚର୍ଯ୍ୟଜନକ ଏବଂ ସ୍ବୀକାରଯୋଗ୍ୟ ନୁହେଁ ବୋଲି କହିଥିବା ବେଳେ କିଛି ଏହାକୁ ଏହା ଭାରତର ଅପମାନ ବୋଲି କହିଛନ୍ତି।