ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ)- ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶ୍ବରୀଙ୍କ ବୁଧବାର ମହାସ୍ନାନ ହୋଇଛି। ଏହି କ୍ରମରେ ଶୀତଳଧାରା ଅର୍ପଣ ପୂର୍ବକ ପ୍ରାତଃ ୪ଟା ୫୧ମିନିଟରୁ ଭକ୍ତମାନଙ୍କ ଦ୍ୱାରା ମାଙ୍କୁ ଶୀତଳଧାରା ଅର୍ପଣ କରାଯାଉଛି। ସକାଳ ୭ଟା ୨୨ମିନିଟରୁ ଚଣ୍ଡୀହୋମ ଆରମ୍ଭ ହୋଇଥିବାବେଳେ ଦିନ ୧୨ଟା ୧୦ମିନିଟରେ ପୂର୍ଣାହୂତି ଓ ଆଶୀର୍ବାଦ ପ୍ରଦାନ କାର୍ଯ୍ୟକ୍ରମ ରହିଛି। ଭକ୍ତଙ୍କ ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।