Categories: ଜାତୀୟ

ମହାରାଷ୍ଟ୍ର ପୌର ନିର୍ବାଚନ: ମହାମେଣ୍ଟର ବଡ଼ ବିଜୟ

ମୁମ୍ବାଇ,୨୧ା୧୨: ମହାରାଷ୍ଟ୍ର ନଗର ପରିଷଦ ଓ ପଞ୍ଚାୟତ ନିର୍ବାଚନରେ ଶାସକ ମହାମେଣ୍ଟ ବିପୁଳ ବିଜୟ ଲାଭ କରିଥିବା ବେଳେ ଭାଜପା ଏକକ ସଂଖ୍ୟାଗରିଷ୍ଠ ଦଳ ହୋଇଛି।

୨୮୮ଟି ମହାରାଷ୍ଟ୍ର ନଗର ପରିଷଦ ଏବଂ ପଞ୍ଚାୟତ ନିର୍ବାଚନ ଫଳାଫଳ ଘୋଷିତ ହୋଇଥିବା ବେଳେ ଭାଜପା ୧୨୯ଟିକୁ ଦଖଲ କରିଛି। ବିରୋଧୀ କଂଗ୍ରେସ ଏବଂ ଶିବସେନା(ୟୁବିଟି) ପରାଜିତ ହୋଇଥିବା ବେଳେ ଏଥିପାଇଁ ନିର୍ବାଚନ କମିଶନଙ୍କୁ ଦୋଷ ଦେଇଛନ୍ତି।

ନିର୍ବାଚନ ଫଳାଫଳ ପାଇଁ ଭାଜପାର ମୁଖ୍ୟ ରଣନୀତିକାର ଅମିତ୍‌ ଶାହା ରାଜ୍ୟବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏହି ବିଜୟ କେନ୍ଦ୍ର ଓ ରାଜ୍ୟର ଏନ୍‌ଡିଏ ସରକାରଙ୍କ ଦୂରଦୃଷ୍ଟିକୁ ଜନସାଧାରଣଙ୍କ ଆଶୀର୍ବାଦ ବୋଲି ସେ କହିଛନ୍ତି।

Share