ସିଆରିନ ଇଲେଭେନକୁ ହରାଇ ଚମ୍ପିୟନ ହେଲେ ମହାଲକ୍ଷ୍ମୀ ଇଲେଭେନ

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମାଳି ଜଗନ୍ନାଥପୁର ଖେଳ ପଡିଆରେ ବାବାଲୀ ଲୋକନାଥ କ୍ରିକେଟ କ୍ଳବ ପକ୍ଷରୁ ଦୁଇଦିନିଆ କ୍ରିକେଟ ଟୁର୍ନାମେଣ୍ଟ ଉଦ୍‌ଯାପିତ ହୋଇଛି। ମଙ୍ଗଳବାର ଫାଇନାଲ ମ୍ୟାଚରେ ମହାଲକ୍ଷ୍ମୀ ଇଲେଭେନ ସହ ସିଆରିନ ଇଲେଭେନ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ମହାଲକ୍ଷ୍ମୀ ଇଲେଭେନ ଅଧିନାୟକ ଟସ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଉଥିଲେ । ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ପାଞ୍ଚ ଓଭରରେ ୮୨ ରନ କରିଥିଲେ । ମହାଲକ୍ଷ୍ମୀ ଇଲେଭେନର ବିସ୍ଫୋରକ ବ୍ୟାଟ୍ସମ୍ୟାନ ରାଜେଜ ୩୮ ରନ କରିଥିଲେ । ଜବାବରେ ସିଆରିନ ଇଲେଭେନ ସେକେଣ୍ଡ ବ୍ୟାଟିଂ କରି ରନ ଧର୍ଯ୍ୟ ଲକ୍ଷ୍ୟ ଠାରୁ ମାତ୍ର ୧୨ ରନ ପଛରେ ରହିଥିଲା। ସମସ୍ତ ପାଞ୍ଚ ଓଭରରେ ୭୦ ରନ କରି ପରାଜୟ ବରଣ କରିଥିଲା। ଫାଇନାଲ ମ୍ୟାଚରେ ମୁଖ୍ୟ ଅତିଥି ଭାବେ ବାଲୀ ଲୋକନାଥ ମନ୍ଦିର ପରିଚାଳନା କମିଟି ସଭାପତି ବି ବନମାଳୀ, ସମ୍ମାନିତ ଅତିଥି ଭାବେ ଯୁବ ସ୍ବେଛାସେବୀ ରାକେଶ ରଞ୍ଜନ ଦାସ, ସାମାଜିକ କର୍ମୀ ପଦିଆ ବେହେରା, ସମିତି ସଭ୍ୟ ଜୟକୃଷ୍ଣ ରେଡି କେ. ଭୋବନି ରେଡି, ଯୁବ ନେତା ମନୋଜ ପ୍ରଧାନ, ଅସ୍ମିତ ପଣ୍ଡା, ବିଭୁତି ପଲାଇ ପ୍ରମୁଖ ଉପସ୍ଥିତରେ ବିଜେତା ମହାଲକ୍ଷ୍ମୀ ଇଲେଭେନ ଦଳକୁ ଚମ୍ପିୟାନ ଟ୍ରଫି ପ୍ରଦାନ କରିଥିଲେ। ଏଲେୟା ରେଡି, ଏସ ନୀଳକଣ୍ଠ ରେଡି, ଏନ ଜୟକୃଷ୍ଣ ଏବଂ ଏସ ରାଜୁ ରେଡି ଟୁର୍ନାମେଣ୍ଟ ପରିଚାଳନା କରିଥିଲେ।

Dharitri – Odisha’s No.1 Odia Daily

Share