Video:ପ୍ରଥମଥର ବିମାନରେ ବସିଲେ ମୋନାଲିସା: ଷ୍ଟାଇଲିସ୍‌ ଲୁକ୍‌ ଦେଖି ଲୋକେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୧୮।୨: ମହାକୁମ୍ଭର ଭାଇରାଲ ଗାର୍ଲ ମୋନାଲିସାଙ୍କ ଭାଗ୍ୟ ଫିଟିଛି। ସେ ଖୁବଶୀଘ୍ର ଫିଲ୍ମ ଜଗତରେ ପାଦ ଦେବାକୁ ଯାଉଛନ୍ତି। ପ୍ରତିଦିନ ମୋନାଲିସାଙ୍କ ନୂଆ ନୂଆ ଭିଡିଓ ସୋସିଆଲ ମିଡିଆରେ ଆସୁଛି। ଏବେ ତାଙ୍କର ଆଉ ଏକ ଭିଡିଓ ଚର୍ଚ୍ଚାରେ ଅଛି। ଏହି ଭିଡିଓଟି ବିମାନବନ୍ଦରରରେ ଶୁଟ୍‌ ହୋଇଛି। ପ୍ରଥମଥର ମୋନାଲିସା ବିମାନ ଯାତ୍ରା କରିବା ପୂର୍ବରୁ ନିଜ ପିତାଙ୍କୁ ଆଲିଙ୍ଗନ କରି କିଛି ମୁହୂର୍ତ୍ତ ପାଇଁ ଭାବପ୍ରବଣ ହୋଇପଡ଼ୁଛନ୍ତି। ତାଙ୍କ ମାଆ ଏବଂ ବାପାଙ୍କ ସହ ଫଟୋ ଉଠାଉଛନ୍ତି। ଏହାପରେ ସେ ଆଖିରେ ଚଷମା ପିନ୍ଧି ଫଟୋଗ୍ରାଫରଙ୍କ ପୋଜ୍‌ ଦେଉଥିବାର ଦେଖାଯାଇଛି।
ଭିଡିଓଟି ମୋନାଲିସାଙ୍କ ଅଫିସିଆଲ ନାମକ ଏକ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ସେୟାର କରାଯାଇଛି, ଯାହାର କ୍ୟାପସନରେ ଲେଖାଯାଇଛି – ଙ୍‌ମୁଁ ପ୍ରଥମ ଥର ପାଇଁ ବିମାନରେ ଯାତ୍ରା କରୁଛି।’ ଏହି ଭିଡିଓରେ ମୋନାଲିସାଙ୍କ ଷ୍ଟାଇଲିସ ଅବତାର ଦେଖି ପ୍ରଶଂସକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଅନେକ ଲୋକ କମେଣ୍ଟ କରି ତାଙ୍କୁ ସମର୍ଥନ ମଧ୍ୟ କରିଛନ୍ତି।
ମୋନାଲିସା ଖୁବଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି। ନିର୍ଦ୍ଦେଶକ ସନୋଜ ମିଶ୍ର ତାଙ୍କ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ପାଇଁ ମୋନାଲିସାଙ୍କୁ ସାଇନ କରିଛନ୍ତି। ଭାଇରାଲ ଝିଅଟି ଏହି ଫିଲ୍ମ ପାଇଁ ସମସ୍ତ ପ୍ରସ୍ତୁତି ଆରମ୍ଭ କରିଦେଇଛି। ଆଜିକାଲି ସେ ଅଭିନୟ କ୍ଲାସ ଏବଂ ଅଧ୍ୟୟନ ଉପରେ ଧ୍ୟାନ ଦେଉଛନ୍ତି।