ମୋନାଲିସାଙ୍କୁ ଆଉ ହେଉନି ଚିହ୍ନି, ପରଦାରେ ରୋମାନ୍ସରେ ବଡ଼ ଅଭିନେତ୍ରୀଙ୍କୁ…

ମୁମ୍ବାଇ: ମହାକୁମ୍ଭ ମେଳାର ଭାଇରାଲ ଗର୍ଲ ‘ମୋନାଲିସା’କୁ କିଏ ବା ନ ଚିହ୍ନେ। ନିଜର ରୂପକୁ ନେଇ ସେ ରାତାରାତି ଷ୍ଟାର ପାଲଟି ଯାଇଥିଲେ।  ଏବେ ତାଙ୍କର ଏକ ପଞ୍ଜାବୀ ମ୍ୟୁଜିକ୍‌ ଭିଡିଓ ‘ଦିଲ ଜାନିୟା’ ରିଲିଜ ହୋଇଛି, ଯାହାକୁ ଲାଇସେଲ ରାୟ ଗାଇଛନ୍ତି।
ଭିଡିଓଟି ରିଲିଜ ହେବା ପରେ ବେଶ ଚର୍ଚ୍ଚାରେ ରହିଛି। କାରଣ ଏଥିରେ ତାଙ୍କ ସହ ନଜର ଆସିଛନ୍ତି ଅଭିନେତା ସମର୍ଥ ମେହେଟ୍ଟା। ଉଭୟଙ୍କ ମଧ୍ୟରେ ଅନେକ ରୋମାଣ୍ଟିକ ଦୃଶ୍ୟ ଦେଖିବାକୁ ମିଳୁଛି। ବେଳାଭୂମିରେ ରୋମାନ୍ସ କରିବାଠାରୁ ବିବାହ ଯାଏ, ସବୁକିଛିକୁ ଦର୍ଶକେ ପସନ୍ଦ କରୁଛନ୍ତି।
କହିରଖୁଛୁ, ମହାକୁମ୍ଭରେ ମାଳା ବିକ୍ରୟ କରି ମୋନାଲିସା ଭାଇରାଲ ହୋଇଥିଲେ। ବିଶେଷକରି ତାଙ୍କ ମନମୋହକ ଆଖିକୁ ପ୍ରଶଂସା କରାଯାଇଥିଲା। ଏହାପରେ ତାଙ୍କ ଭାଗ୍ୟ ବଦଳିଗଲା। ଏବେ ସେ ତାଙ୍କର ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍‌ ମଣିପୁର’ ପାଇଁ ବ୍ୟସ୍ତ ଅଛନ୍ତି। ଫିଲ୍ମରେ ସେ ଅଭିଷେକ ତ୍ରିପାଠୀଙ୍କ ସହ ନଜର ଆସିବେ।