ମହାକୁମ୍ଭ ମେଳାରେ ଭାଇରାଲ ହୋଇଥିବା ମୋନାଲିସା ଖୁବ୍ଶୀଘ୍ର ବଡ଼ ପରଦାରେ ନଜର ଆସିବେ। ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ମୁକ୍ତିଲାଭ କରିବାକୁ ଯାଉଛି। ଏହାର ଟ୍ରେଲର ମଧ୍ୟ ମୁକ୍ତିଲାଭ କରିଛି। ଟ୍ରେଲର ଦେଖିବା ପରେ ଦର୍ଶକ ମୋନାଲିସାଙ୍କ ଅଭିନୟକୁ ପ୍ରଶଂସା କରୁଛନ୍ତି।
କୁମ୍ଭରେ ମାଳା ବିକ୍ରି କରି ଭାଇରାଲ ହୋଇଥିବା ମୋନାଲିସାଙ୍କ ପ୍ରଥମ ଫିଲ୍ମ ‘ଦି ଡାଏରୀ ଅଫ ମଣିପୁର’ ସନୋଜ ମିଶ୍ରଙ୍କ ଦ୍ୱାରା ନିର୍ଦ୍ଦେଶିତ। ଏହି ଫିଲ୍ମଟି ଏକ ପ୍ରେମ କାହାଣୀ। ଏଥିରେ ମୋନାଲିସା ଏବଂ ପ୍ରୟାଗରାଜର ଅଭିନେତା ଅଭିଷେକ ତିୱାରୀ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି।
ନିର୍ଦ୍ଦେଶକ ସନୋଜ ମିଶ୍ର କହିଛନ୍ତ, ‘ଦି ଡାଏରୀ ଅଫ ମଣିପୁର’ ପ୍ରାୟ ୧୦ କୋଟି ବଜେଟରେ ନିର୍ମିତ ହୋଇଛି। ଫିଲ୍ମଟି ଏପ୍ରିଲ ପ୍ରଥମ ସପ୍ତାହରେ ମୁକ୍ତିଲାଭ କରିବ ବୋଲି ଆଶା କରାଯାଉଛି। ଅଢ଼େଇ ଘଣ୍ଟାର ଏହି ଚଳଚ୍ଚିତ୍ରରେ ଚାରି କିମ୍ବା ପାଞ୍ଚଟି ଗୀତ ମଧ୍ୟ ରହିଛି, ଯାହା ଦର୍ଶକଙ୍କ ସମ୍ପୂର୍ଣ୍ଣ ମନୋରଞ୍ଜନ କରିବ।
ଏହି ପ୍ରେମ କାହାଣୀ ଦେଶର ରାଜଧାନୀ ଦିଲ୍ଲୀକୁ ଉତ୍ତର-ପୂର୍ବ ମଣିପୁର ସହିତ ସଂଯୋଗ କରେ। ମୋନାଲିସାଙ୍କ ଫିଲ୍ମ ମଣିପୁରରେ ଶୁଟିଂ କରାଯାଇଥିଲା। ଚଳଚ୍ଚିତ୍ରର ୫ ପ୍ରତିଶତ ନେପାଳରେ ଏବଂ ୮୦ ପ୍ରତିଶତ ଉତ୍ତରାଖଣ୍ଡରେ ଶୁଟିଂ କରାଯାଇଥିଲା।
‘ଦି ଡାଏରୀ ଅଫ ମଣିପୁର’ ବ୍ୟତୀତ ମୋନାଲିସାଙ୍କର ‘ଲାଇଫ’ ନାମକ ଏକ ତେଲୁଗୁ ଫିଲ୍ମ ମଧ୍ୟ ଅଛି। ଏହି ଫିଲ୍ମଟି ମଧ୍ୟ ପ୍ରସ୍ତୁତ ଏବଂ ଖୁବ ଶୀଘ୍ର ମୁକ୍ତିଲାଭ କରିବାକୁ ସ୍ଥିର ହୋଇଛି। ଏହା ବ୍ୟତୀତ ସେ ଅନେକ ଫିଲ୍ମ ଉପରେ କାମ କରୁଛନ୍ତି।