ଧର୍ମଶାଳାରେ ମାତିଛନ୍ତି ମାଫିଆ: ବେଲଗାମ ଭାବେ କରୁଛନ୍ତି ମାଟି ଚୋରି, ପ୍ରଶାସନ ନିଦାବିଷ୍ଣୁ

ଧର୍ମଶାଳା,୨୯।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲ୍ଲା ଧର୍ମଶାଳା ତହସିଲରେ ବେଲଗାମ ହୋଇଛି ମାଟି ଚୋରି। ବିନା ଅନୁମତିରେ ମାଟି ମାଫିଆ ମାଟି ଲୁଟ କରୁଛନ୍ତି, କିନ୍ତୁ ପ୍ରଶାସନ ଜାଣି ବି ନ ଜାଣିବା ଭଳିି ଚୁପ ରହିିଛି। ତେବେ ଏହି ତହସିଲ ଅଧିନରେ ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟ ଓ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ କରାଯାଉଛି। ଏହି କାର୍ଯ୍ୟ ପାଇଁ ମାଟିର ଆବଶ୍ୟକ ପଡିଲେ ମାଟି ମାଫିଆ ମାନେ ସରକାରୀ ଜମି, ଗୋଚର ଜମି ଭଳି ବିଭିନ୍ନ ସ୍ଥାନରୁ ବିନା ଅନୁମତିରେ ମାଟି ଲୁଟ କରି କମ ଟଙ୍କାରେ ଠିକାଦାରଙ୍କୁ ଯୋଗାଉଛନ୍ତିି। ଯାହା ଫଳରେ ସରକାରଙ୍କ ରାଜସ୍ବ ହାନି ହେବା ସହ ଠିକାଦାର ମାଲାମାଲ ହେଉଥିବା ବେଳେ ମାଟି ମାଫିଆଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢୁଥିବା ଅଭିଯୋଗ ହେଉଛି।

କିଛିଦିନ ପୂର୍ବେ କାଏମାର ଏକ ଗୋଚର ଜମିରୁ ମାଟି ଲୁଟ ହେଉଥିବା ବେଳେ ଗ୍ରାମବାସୀ ଜେସିିବି ଧରି ପୋଲିସ ଜିମା ଦେଇଥିଲେ। ସେହିପରି ତରାପୁର, ପ୍ରତାପପୂର , ନୂଆକୁଳ, କନ୍ତପଡ଼ା, ପାଖର, ମାଣ୍ଡିଆ, ଖୋଷାଲିପୁର, ଭଳି ବିଭିନ୍ନ ସ୍ଥାନରୁ ବେଆଇନ ଭାବେ ମାଟି ଲୁଟ ହେଉଛି। ଧର୍ମଶାଳା ର ବିଭିନ୍ନ ସ୍ଥାନରୁ ବିନା ଅନୁମତିରେ ମାଟି ଲୁଟ ଘଟଣାକୁ ଧର୍ମଶାଳା ତହସିଲଦାର୍‌ ସମୀର ରଞ୍ଜନ ଦାସ ସ୍ବୀକାର କରିଥିବା ବେଳେ ଖବର ପାଇବା ପରେ ଚଢ଼ାଉ ଜାରି ରହୁଥିବା କହିଛନ୍ତି। ପ୍ରଶାସନ ପକ୍ଷରୁ ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି।

Share
Tags: jajpurodisha