ପରିବାର ଆଗରେ ଚାଲିଗଲା ବ୍ୟକ୍ତିଙ୍କ ଜୀବନ, ଶ୍ୱଶୁର ଘରୁ ଫେରୁଥିବାବେଳେ…

ବଲାଙ୍ଗୀର,୧୬।୧୦ ( ସୁନିଲ ମହାନ୍ତି): ବଲାଙ୍ଗୀର ଦେଓଗାଁ ଥାନା କୁଥୁର୍ଲା ଠାରେ ଏକ ଦୁର୍ଘଟଣାରେ ଭୂତିଆର ବାହାଲ ମଦନ ବାରିକଙ୍କ (୩୫ ) ମୃତ୍ୟୁ ଘଟିଛି । ମଦନ ମଟର ସାଇକେଲରେ ତାଙ୍କ ଶ୍ୱଶୁର ଘର ଶିକୁଆରୁ ସମସ୍ତ ପରିବାର ଭୂତିଆରବାହାଲ ଘରକୁ ଫେରୁଥିଲେ। ଏହି ସମୟରେ ରାସ୍ତାରେ ଏକ ପିକଅପ ଭ୍ୟାନ ମଦନର ମଟର ସାଇକେଲକୁ ଧକ୍କା ଦେଇଥିଲା । ସାଙ୍ଗରେ ଆସୁଥିବା ପରିବାରଙ୍କ ଆଗରେ ଚାଲିଗଲା ମଦନଙ୍କ ଜୀବନ। ଯାହାକୁ ନେଇ ପରିବାର ସଦସ୍ୟଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

 

Dharitri – The Largest & Most Trusted Odia Daily