ବଣାଇ,୨୫।୯(ପ୍ରଦୀପ ତ୍ରିପାଠୀ):ସୁନ୍ଦରଗଡ଼ ଜିଲା ବଣାଇ ଶୁଣ୍ଢୀକୋଣ ଅଞ୍ଚଳରେ ଏକ ପାଗଳ କୁକୁର ବୁଲି ବୁଲି ଅଞ୍ଚଳରେ ପ୍ରାୟ ୮ ଜଣଙ୍କୁ କାମୁଡିଥିବାବେଳେ ସମସ୍ତେ ଖଣ୍ଡିଆଖାବରା ହୋଇ ବଣାଇ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ପରେ ସମସ୍ତଙ୍କୁ କୁକୁର କାମୁଡା ଇଞ୍ଜେକସନ ଦିଆଯାଇଥିବା ଜଣାପଡିଛି l ଅନ୍ୟପଟେ ବଣାଇର ମଧୁପୁର ଅଞ୍ଚଳରେ ମଧ୍ୟ ତିନିରୁ ଚାରି ଜଣକୁ କୁକୁର କାମୁଡିଥିବା ଜଣାପଡିଛି।