ପ୍ୟାରିସ୍,୧୬।୨: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ କାର୍ଯ୍ୟର ପ୍ରଭାବ ସମ୍ପର୍କରେ ଆଲୋଚନା କରିବା ପାଇଁ ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ୍ ମାକରଁ ୟୁରୋପୀୟ ନେତାମାନଙ୍କ ଏକ ଜରୁରୀ ବୈଠକ ଡାକିଛନ୍ତି। ସୋମବାର ଏହି ବୈଠକ ପ୍ୟାରିସ୍ରେ ବସିବ ବୋଲି ଶନିବାର ମୁନିକଖ ସୁରକ୍ଷା ସମ୍ମିଳନୀରେ ପୋଲାଣ୍ଡ ବହିର୍ବ୍ୟାପାର ମନ୍ତ୍ରୀ ରାଡୋସ୍ଲା ସିକୋର୍ସ୍କି ସୂଚନା ଦେଇଛନ୍ତିି।
ଟ୍ରମ୍ପ୍ଙ୍କ ପଦକ୍ଷେପ ଅତ୍ୟନ୍ତ ଗମ୍ଭୀର ବୋଲି ସେ କହିବା ସହ ଏହାର ମୁକାବିଲା ପାଇଁ ଆଲୋଚନା ଉପରେ ଗୁରୁତ୍ୱାରୋପ କରିଛନ୍ତି। ନାଟୋ ଏବଂ ୟୁରୋପୀୟ ସୁରକ୍ଷା ଉପରେ ଟ୍ରମ୍ପ୍ଙ୍କ ପ୍ରଭାବ ୟୁରୋପୀୟ ସଂଘ (ଇୟୁ) ନେତାଙ୍କ ଚିନ୍ତା ବଢ଼ାଇ ଦେଇଛି।