ମହାଗୌରୀ ବେଶରେ ମା’ ସମଲେଇ: ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କ ସମାଗମ

ବରଗଡ଼,୨୬।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଇଙ୍କ ବାସନ୍ତୀକ ନବରାତ୍ର ପୂଜା ଚାଲିଛି। ଅଷ୍ଟମ ଦିବସ ଗୁରୁବାର ଦେବୀ ମହାଗୌରୀ ବେଶରେ ଦର୍ଶନ ଦେଇଛନ୍ତି। ଦେବୀଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ସକାଳୁ ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ପହଞ୍ଚିଛନ୍ତି। ଦେବୀଙ୍କ ପୀଠରେ ସକାଳୁ ଭକ୍ତଙ୍କ ସମାଗମ ହୋଇଛି । ପୂର୍ବାହ୍ନ ୧୧ଟା ୫୧ ମିନିଟ ଗତେ ଦେବୀଙ୍କ ମହାନବମୀ ବିହିତ ପୂଜାର୍ଚ୍ଚନା ଏବଂ ଅପରାହ୍ନ ୨ଟା ୨୭ରୁ ଚଣ୍ଡିହୋମ ଆରମ୍ଭ ସନ୍ଧ୍ୟା ୭ଟା ୧୫ ମିନିଟରେ ପୂର୍ଣ୍ଣାହୁତି ତଥା ସାମୁହିକ ଆର୍ଶୀବାଦ ପ୍ରଦାନ କାର୍ଯ୍ୟକ୍ରମ ରହିଛି।

 

Dharitri – Odisha’s No.1 Odia Daily

 

Share