ମା’ ସମଲେଶ୍ବରୀଙ୍କ କାତ୍ୟାୟନୀ ବେଶ, ଦର୍ଶନ ପାଇଁ ଭକ୍ତଙ୍କ ଭିଡ଼

ବରଗଡ଼,୨୭।୯(ପ୍ରେମାନନ୍ଦ ଖମାରୀ)- ଶାରଦୀୟ ପୂଜନୋତ୍ସବରେ ବରଗଡ଼ର ଅଧିଷ୍ଠାତ୍ରୀ ଗ୍ରାମ୍ୟଦେବୀ ମା’ ସମଲେଶରୀ ଶନିବାର କାତ୍ୟାୟନୀ ବେଶରେ ଦର୍ଶନ ଦେଇଛନ୍ତି । ଏହି ବେଶରେ ଦେବୀଙ୍କ ଦର୍ଶନ ପାଇଁ ସ୍ଥାନୀୟ ସମଲେଶରୀ ମନ୍ଦିରରେ ଭକ୍ତଙ୍କ ଭିଡ ହୋଇଛି । ଭକ୍ତମାନେ ଧୂପ, ଦୀପ, ଫୁଲ ଧରି ମନ୍ଦିରକୁ ଆସି ଦେବୀଙ୍କୁ ଦର୍ଶନ କରୁଛନ୍ତି । ଭକ୍ତମାନଙ୍କ ସମସ୍ତ ସୁବିଧା ପାଇଁ ମନ୍ଦିର କମିଟି ପକ୍ଷରୁ ସୁବ୍ୟବସ୍ଥା କରାଯାଇଛି।