ମା’ ରାମଚଣ୍ଡୀ ମହୋତ୍ସବର ଦ୍ୱିତୀୟ ସଂଧ୍ୟା: ଦର୍ଶକଙ୍କ ମନ ମୋହିଲା ପ୍ରିନ୍ସ ଡ୍ୟାନ୍ସ ଗ୍ରୁପ୍‌ର ନୃତ୍ୟ 

ଗଞ୍ଜାମ, ୭।୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ କରପଡା ପଞ୍ଚାୟତ ନୀଳାଦ୍ରିପୁର ଗ୍ରାମ ନିକଟରେ ତିନିଦିନ ଧରି ହେବାକୁ ଥିବା ମାଁ ରାମଚଣ୍ଡୀ ମହୋତ୍ସବର ଶୁକ୍ରବାର ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ଭି. କୀର୍ତ୍ତିଭାସନ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉକ୍ତ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଥିଲେ l  ଏହି ଶକ୍ତି ପୀଠ ର ଉନ୍ନତିକରଣ ନିମନ୍ତେ ଶୀଘ୍ର ଟିପିଆର ପ୍ରସ୍ତୁତ କରାଯିବ, ଏହି ପୀଠକୁ ପର୍ଯ୍ୟଟନ ମାନ୍ୟତା ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ପଠାଯିବ ବୋଲି କହିବା ସହ ଜିଲା ପ୍ରଶାସନର ଉକ୍ତ ପୀଠରେ ବିକାଶ ପାଇଁ ସବୁବେଳେ ସହଯୋଗ ରହିବ ବୋଲି ପ୍ରକାଶ କରିଥିଲେ।
ଗଞ୍ଜାମ ଏନ୍‌ଏସି ଅଧ୍ୟକ୍ଷା ପ୍ରତିଭା ପାଢ଼ୀ, ଛତ୍ରପୁର ଏନ୍‌ଏସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ,ଛତ୍ରପୁର ଉପଜିଲାପାଳ ଶିବାଶିଷ ବରାଳ,ଗଞ୍ଜାମ ତହସିଲଦାର ସୁକାନ୍ତ ଚନ୍ଦ୍ର ମିଶ୍ର, ପୁରୁଷୋତ୍ତମପୁର ତହସିଲଦାର ବିନୋଦ କୁମାର ବେହେରା, ଛତ୍ରପୁର ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ପ୍ରସନ କୁମାର ଦାସ, ଟ୍ରଷ୍ଟ ସଦସ୍ୟା ମଞ୍ଜୁଳା ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମାଁ ଗଙ୍ଗାଦେବୀ ପୀଠକୁ ବିଶ୍ବ ବିଦିତ କରିବା ପାଇଁ ପ୍ରୟାସ କରିବା ପାଇଁ ମତବ୍ୟକ୍ତ କରିଥିଲେ।

କମଳ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଭାପତି ପ୍ରଶାନ୍ତ କୁମାର ନାୟକ,ସମ୍ପାଦକ ରବିନ୍ଦ୍ର ପଣ୍ଡା ପ୍ରମୁଖ ଅତିଥିମାନଙ୍କୁ ଉତ୍ତରୀୟ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ଡ଼ଃ ଚନ୍ଦନ ଗନ୍ତାୟତ ଦ୍ୱାରା ମାଁ ରାମଚଣ୍ଡୀଙ୍କ ସମ୍ପର୍କରେ ସୁନ୍ଦର ସଙ୍ଗୀତ ସହ ଭିଡିଓ ପ୍ରଦର୍ଶନ କରାଯାଇଥିଲା । ପରେ ଡ଼ଃ ଗନ୍ତାୟତଙ୍କୁ ମୁଖ୍ୟଅତିଥିଙ୍କ ଦ୍ୱାରା ସମ୍ମାନିତ କରାଯାଇଥିଲା। ଏହି ଅବସରରେ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମ୍ବପୁଆର ପ୍ରିନ୍ସ ଡାନ୍ସ ଗ୍ରୁପର ନୃତ୍ୟ ପ୍ରଦର୍ଶନ ଦର୍ଶକଙ୍କ ମନ ମୋହିଥିଲା ।କଣ୍ଠଶିଳ୍ପୀ ଡ଼ଃ ଅନୁରାଧା ପାଣିଗ୍ରାହୀ, ଅଙ୍କିତା ରାଣୀଙ୍କ କଣ୍ଠ ସଂଗୀତର ମଧୁର ମୁର୍ଚ୍ଛନାର ତାଳେ ତାଳେ ଦର୍ଶକ ଝୁମିଥିଲେ। ଅଭିନେତା ଜ୍ୟୋତି ରଞ୍ଜନଙ୍କ ନୃତ୍ୟ ପ୍ରଦର୍ଶନ କରିବା ସହ ମା’ ରାମଚଣ୍ଡୀଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ। ସେହିପରି କାଠ ପାଦ ନୃତ୍ୟ, ଓଡିଶୀ ନୃତ୍ୟ, ଘୁଙ୍ଗୁର ନୃତ୍ୟ, ଆଦିବାସୀ ନୃତ୍ୟ ଆଦି ବିଭିନ୍ନ ଦଳଗତ ନୃତ୍ୟ ପ୍ରଦର୍ଶନ କରାଯାଇଥିଲା । କୃଷ୍ଣ ଚନ୍ଦ୍ର ରେଡ୍ଡି, ଗଣେଶ ପଟନାୟକ, ଗୌତମ ନାୟକ, ଦେବାଂଶୀ ଦେବ ଦର୍ଶିନୀ, ଜୟନ୍ତ ଆଚାର୍ଯ୍ୟ, ଅଳକା ସାହୁ ଦିବାକର ବିଶୋଇ, ସୁମନ ପଟନାୟକ ପ୍ରମୁଖ କୋରିଓଗ୍ରାଫର ଓ କଣ୍ଠଶିଳ୍ପୀଙ୍କୁ ସମ୍ମାନିତ କରାଯାଇଥିଲା l ସମସ୍ତ କାର୍ଯ୍ୟକ୍ରମକୁ ସ୍ବସ୍ତି ସୁନ୍ଦର ସଂଯୋଜନା କରିଥିଲେ l ପୂଜା କମିଟି ସଭାପତି ସିଏଚ୍‌ ଦୟାନିଧି ରେଡ୍ଡିଙ୍କ ସହ ସମସ୍ତ କମିଟି ମେମ୍ବର ଉପସ୍ଥିତ ରହି କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ l ଦ୍ୱିତୀୟ ସାରେ ମଧ୍ୟ ବହୁ ଭକ୍ତଙ୍କ ଭିଡ଼ ଜମିଥିଲା ।

Dharitri – Odisha’s No.1 Odia Daily

Share