ବରଗଡ଼,୧୨।୧୧(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଅନ୍ତର୍ଗତ ବରହାଗୋଡା ଫୁଟବଲ୍ ପଡିଆରେ ବୁଧବାର ମାଁ ପଁର୍ରାପାଟ କପ୍ ଫୁଟବଲ୍ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି। ପୂର୍ବତନ ବିଧାୟକ ସାଧୁ ନେପାକ, ନଥୁରମ୍ ଶେଠ୍ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦଘାଟନ କରିଥିଲେ । ସାଇ ଇଲେଭେନ ଓ ଲୁରୁପାଲି ଦଳ ମଧ୍ୟରେ ପ୍ରଥମ ମ୍ୟାଚ ହୋଇଥିଲା। ନିର୍ଦ୍ଧାରିତ ସମୟ ସୁଦ୍ଧା କୌଣସି ଦଳ ଗୋଲ ସ୍କୋର କରି ପାରି ନଥିଲେ। ଫଳରେ ଟ୍ରାଇ ବ୍ରେକର ସହାୟତା ନିଆଯାଇଥିଲା । ଏଥିରେ ସାଇ ଇଲେଭେନ ପ୍ରତିପକ୍ଷ ଲୁରୁପାଲିକୁ ୬ -୫ ଗୋରେ ହରାଇ ଥିଲା। ଦ୍ୱିତୀୟ ମ୍ୟାଚରେ ପାତିକରପାଲି ଦଳ ପ୍ରତିପକ୍ଷ ପୂଟୁରୁପାଲି ଦଳକୁ ୧-୦ ଗୋଲରେ ପରାସ୍ତ କରିଥିଲା । ସେହିପରି ପ୍ରଥମ କ୍ୱାର୍ଟର ଫାଇନାଲ ମ୍ୟାଚରେ ପାତିକରପାଲି ଦଳ ପ୍ରତିପକ୍ଷ ସାଇ ଇଲେଭେନ ଦଳକୁ ଟାଇ ବ୍ରେକର ଜରିଆରେ ୪-୩ ଗୋଲରେ ହରାଇ ସେମି ଫାଇନାଲକୁ ଉନ୍ନୀତ ହୋଇଛି । ପ୍ରଦୀପ, ଗୋପାଳ, ରୁଣୁ ଏବଂ ସୁବାଷ ଖେଳ ପରିଚାଳନା କରିଥିଲେ । ବରହାଗୋଡା ଫୁଟବଲ ଦଳର ସମସ୍ତ ଖେଳାଳି ସହଯୋଗ କରିଥିଲେ । ଗୁରୁବାର ନାଗେନପାଲି ଓ ବାଗବାଡି ମଧ୍ୟରେ ପ୍ରଥମ ଏବଂ ଗର୍ଭଣା ଓ ବରାହାଗୁଡା ମଧ୍ୟରେ ଦ୍ୱିତୀୟ ମ୍ୟାଚ୍ ଅନୁଷ୍ଠିତ ହେବ ।