ଭବାନୀପାଟଣା,୩୦।୯(ଉତ୍ତମ କୁମାର ଦାଶ)-ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା ଭବାନୀପାଟଣା ସହରରେ ମହାସମାରୋହରେ ଆରମ୍ଭ ହୋଇଛି। ଜେନାଖାଳରେ ସ୍ବତନ୍ତ୍ର ଗୁପ୍ତ ରୀତିନୀତି ରେ ପୂଜାର୍ଚ୍ଚନା ଓ ବଳୀ ପରେ ଭୋର ୪ଟା ୧୫ରେ ସ୍ଥିରକତ ଲଗ୍ନାନୁଯାୟୀ ମା’ଙ୍କ ଛତର ମନ୍ଦିର ଅଭିମୁଖେ ବାହାରିଛି।
ଏଥିପାଇଁ ଚଳଚଞ୍ଚଳ ହୋଇସ୍ଉଠିଛି ଭବାନୀପାଟଣା ସମେତ ସମଗ୍ର କଳାହାଣ୍ଡି ଜିଲା। ଏହି ଯାତ୍ରାରେ ଜିଲା ତଥା ଜିଲା ବାହାରର ଲକ୍ଷାଧିକ ଭକ୍ତ ସାମିଲ ହୋଇଛନ୍ତି। ସେହିପରି ମାନସିକଧାରୀ ମଧ୍ୟ ମାନସିକ ପୂରଣ ପାଇଁ ହଜାର ହଜାର ପଶୁପକ୍ଷୀ ବଳି ଦେଉଥିବା ଦେଖିବାକୁ ମିଳିଛି। ମା’ଙ୍କ ଛତର ଯାତ୍ରାରେ କଳାହାଣ୍ଡିର ବୀର ବାଦ୍ୟ ଘୁମୁରା ସହ ୨୨ଟି ଘଣ୍ଟ ଦଳ ଅଂଶଗ୍ରହଣ କରୁଛନ୍ତି। ଜୟ ମା’ମାଣିକେଶରୀ ନାରାରେ ଅଞ୍ଚଳ ପ୍ରକମ୍ପିତ ହୋଇ ଉଠିଛି। ମା’ଙ୍କ ଛତର ୧୧ଟା ୪୫ ରେ ମନ୍ଦିର ରେ ପ୍ରବେଶ କରିବ ବୋଲି ଲଗ୍ନ ଧାର୍ଯ୍ୟ ହୋଇଛି