ବ୍ରାହ୍ମଣୀଗାଁ ବନାଞ୍ଚଳର ୮ଟି ପଞ୍ଚାୟତରେ ମା’ କେ ନାମ ଏକ ପେଡ କାର୍ଯ୍ୟକ୍ରମ

ବ୍ରାହ୍ମଣୀଗାଁ,୧୭।୯(ମନୋରଞ୍ଜନରଣା): ପ୍ରଧାନ ମନ୍ତ୍ରୀ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୭୫ ତମ  ଜନ୍ମ ଦିନ ଉପଲକ୍ଷେ  ଓଡ଼ିଶା ସରକାରଙ୍କ  ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ପକ୍ଷରୁ ବ୍ରାହ୍ମଣୀଗାଁ  ବନାଞ୍ଚଳ ଅଧିକାରୀ ହରିହର ବେହେରା ଙ୍କ ତ୍ୱତାବଧାନ ରେ “ମାଙ୍କ ନାମରେ ଗୋଟିଏ ଗଛ ” ଲଗାଯାଇଛି ।  ୮ଟି ପଞ୍ଚାୟତରେ ୪୪୦୦  ବିଭିନ୍ନ କିସମର   ଫଳ ବୃକ୍ଷ ଓ ମୁଲ୍ୟବାନ ଔଷଧୀୟ ବୃକ୍ଷ ରୋପଣ କରାଯାଇଛି।
ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥିଭାବେ ବ୍ରାହ୍ମଣୀଗାଁ ଥାନା ଅଧିକାରୀ ବିଜୟ କୁମାର ହାଇବୁରୁ   ଯୋଗ ଦେଇ ପ୍ରଥମେ ବୃକ୍ଷ ରୋପଣ କାର୍ଯ୍ୟକ୍ରମକୁ ଆଗକୁ ବଢ଼ାଇ ଥିଲେ । ସମ୍ମାନିତ ଅତିଥି ଭାବେ  ବ୍ରାହ୍ମଣୀଗାଁ  ସରପଞ୍ଚ  ସଂଯୁକ୍ତା  ମଳିକ ଏବଂ ୱାର୍ଡ଼ ମେମ୍ବର୍‌ ଗୋବିନ୍ଦ ଚନ୍ଦ୍ର ବେହେର ଦଳାଇ, ସୟଂ ସହାୟକ ଗୋଷ୍ଠୀ, ଗଣମାଧ୍ୟମ ପ୍ରତିନିଧି ଏବଂ   ବୃକ୍ଷ ରୋପଣ  କରିଥିଲେ। ଏହି କାର୍ଯ୍ୟକ୍ରମ ଟିକୁ ବ୍ରାହ୍ମଣୀଗାଁ  ବନପାଳ ଯୋଗେଶ୍ୱର ଧାରୁଆ , ଗଦାପୁର ଅତିରିକ୍ତ ବନପାଳ ସନ୍ତୋଷ କୁମାର ପଟ୍ଟନାୟକ , କାଟିଙ୍ଗିଆ ଅତିରିକ୍ତ ବନପାଳ ଆଶିଷ ପ୍ରଧାନ ପରିଚାଳନା କରିଥିଲେ।  ବନରକ୍ଷୀ ଶ୍ରୀରାମ ପଣ୍ଡା, ସୋରଜ ପାତ୍ର , ଗୋପାଳ ସେଠୀ, ଲକ୍ଷ୍ମଣ ବିଶି ମାଝୀ ଏବଂ  ସମସ୍ତ ବନ କର୍ମଚାରୀ ମାନେ ସହଯୋଗ କରିଥିଲେ ।