ଦେବଗଡ,୨୦।୩(ଶଶାଙ୍କ ଶେଖର ଝାଙ୍କର): ମଠ ସାହିସ୍ଥିତ ମା’ କନକ ଦୁର୍ଗା ମନ୍ଦିରରେ ବାସନ୍ତୀକ ନବରାତ୍ର ପୂଜା ଦ୍ୱିତୀୟ ଦିବସରେ ଦେବୀଙ୍କ ପୂଜାର୍ଚ୍ଚନା ଚାଲିଛି। ଶୁକ୍ରବାର ମା’ କନକ ଦୁର୍ଗା ବ୍ରହ୍ମଚାରିଣୀ ବେଶରେ ଦର୍ଶନ ଦେଇଛନ୍ତି । ଦେବୀଙ୍କୁ ଏହି ବେଶରେ ଦର୍ଶନ କରିବା ପାଇଁ ସକାଳୁ ଭକ୍ତଙ୍କ ସମାଗମ ହୋଇଛି। ସେହିପରି ମାଁ ଦକ୍ଷିଣ କାଳୀ ଶନି ମନ୍ଦିରରେ ମଧ୍ୟ ବାସନ୍ତୀକ ନବରାତ୍ର ପୂଜାର୍ଚ୍ଚନା ଚାଲିଛି।