ବଙ୍ଗୀୟ ରୀତିନୀତିରେ ମା’ କାଳୀଙ୍କ ବିସର୍ଜନ: ସିନ୍ଦୂର ଖେଳି ବିଦାୟ ଜଣାଇଲେ ମହିଳା ଶ୍ରଦ୍ଧାଳୁ

ବଲାଙ୍ଗୀର,୨୨।୧୦( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସହରରେ ଦୀପାବଳୀ ଉତ୍ସବ ଓ କାଳୀ ପୂଜା ଆନନ୍ଦ ଉଲ୍ଲାସ ସହ ପାଳିତ ହୋଇଯାଇଛି l ବଲାଙ୍ଗୀର ବଙ୍ଗାଳୀ ସମାଜ ପକ୍ଷରୁ ରୁଗୁଡ଼ିପଡ଼ା ଦୁର୍ଗା ମଣ୍ଡପଠାରେ ସୋମବାର ରାତିରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି । ବୁଧବାର ଭକ୍ତମାନଙ୍କ ପାଇଁ ପୂଜା କମିଟି ପକ୍ଷରୁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଥିଲା । ପାରମ୍ପରିକ ବଙ୍ଗୀୟ ରୀତିନୀତିରେ ପୂଜାର୍ଚ୍ଚନା କରାଯିବା ପରେ ବୁଧବାର ରାତିରେ ମା’ଙ୍କ ବିସର୍ଜନ କରାଯାଇଥିଲା। ଏହି ଅବସରରେ ମହିଳାମାନେ ମା’ଙ୍କୁ ଆସନ୍ତା ବର୍ଷକୁ ଧରାବତରଣ କରିବାକୁ ପ୍ରାର୍ଥନା କରିଥିଲେ। ପରେ ସେମାନେ ସିନ୍ଦୂର ଲଗାଇବା ସହ ଅର୍ପଣ ସିନ୍ଦୂରକୁ ଅନ୍ୟ ବିବାହିତ ମହିଳାଙ୍କ ମଥାରେ ଲଗାଇ ସିନ୍ଦୂର ଖେଳ ଖେଳି ସୌଭାଗ୍ୟ, ଆଶୀର୍ବାଦ ପ୍ରାପ୍ତି ପାଇଁ ମାଆଙ୍କୁ ନିବେଦନ କରିଥିଲେ। ବଙ୍ଗୀୟ ରୀତି ନିତିରେ ପୂଜା ଅର୍ଚ୍ଚନା କରି ମାଆଙ୍କୁ ବିସର୍ଜନ କରାଯାଇଥିଲା।

 

Share