ଦିଗପହଣ୍ଡିରେ ମା’ ଗଜଲକ୍ଷ୍ମୀଙ୍କ ପୂଜା ଉଦ୍‌ଯାପିତ, ପୂର୍ଣ୍ଣାହୁତିରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ

ଦିଗପହଣ୍ଡି,୭।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳ କଲୋନୀ ନୀଳାଦ୍ରି ବିହାର ୨ୟ ଲେନରେ ଅନୁଷ୍ଠିତ ମା ’ ଗଜଲକ୍ଷ୍ମୀଙ୍କ ପୂଜା ଉତ୍ସବ ମଙ୍ଗଳବାର ଉଦ୍‌ଯାପିତ ହୋଇଯାଇଛି। ପୂଜା ମଣ୍ଡପରେ ଦୁଇ ଦିନ ବ୍ୟାପୀ ଚାଲିଥିବା ହୋମଯଜ୍ଞ ମଧ୍ୟାହ୍ନରେ ପୂର୍ଣ୍ଣାହୁତି ହୋଇଥିଲା। ଏଥିରେ ଦିଗପହଣ୍ଡି ସହର ସମେତ ଆଖପାଖ ଗ୍ରାମର ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। ବହୁ ସଂଖ୍ୟକ ମହିଳା ମା’ଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ। ପଣ୍ଡିତ ସମ୍ଭବ କୁମାର ତ୍ରିପାଠୀ, କାହ୍ନା ତ୍ରିପାଠୀଙ୍କ ପୋରୋହିତ୍ୟରେ ଅନୁଷ୍ଠିତ ହୋମଯଜ୍ଞ ରେ ପୂଜା କମିଟି ସଭାପତି ତଥା କର୍ତ୍ତା ଦାମୋଦର ପାଢ଼ୀ, ପରିଚାଳନା କମିଟି ସମ୍ପାଦକ କୈଳାସ ଚନ୍ଦ୍ର ଦାସ, ପରିଚାଳକ ରବି ନାରାୟଣ ପାଢ଼ୀ, କୋଷାଧ୍ୟକ୍ଷ ପ୍ରଭାକର ପାଣିଗ୍ରାହୀ,ବିଜୟ କୁମାର ପ୍ରଧାନ,ସୁଦାମ ଦାସ, ଟୁକୁନା ପ୍ରଧାନ, ଲକ୍ଷ୍ମୀନାରାୟଣ ପାଢ଼ୀ,କାଳୀ ପ୍ରସାଦ ମିଶ୍ର, ବିଶ୍ରବା ପାଇକ,ଜଗନ୍ନାଥ ପ୍ରସାଦ , ଲାଲା ଦୋରା ଙ୍କ ସମେତ ବହୁ ସଂଖ୍ୟକ ସାହି ବାସିନ୍ଦା ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

 

Dharitri – Odisha’s No.1 Trusted Odia Daily

Share