ଗଞ୍ଜାମ,୧୨।୪(ବିଦ୍ୟାଧର ସାହୁ ): ଚୈତ୍ର ମାସରେ ମା’ ଦଣ୍ଡକାଳୀଙ୍କ ପର୍ବ ନିମନ୍ତେ ଉତ୍ସବ ମୁଖର ଗାଁରୁ ସହର। ଆଉ ଦୁଇଦିନ ପରେ ଶେଷ ହେବ ଜିଲା ପ୍ରସିଦ୍ଧ ମା’ ଦଣ୍ଡକାଳୀଙ୍କ ପର୍ବ। ଆସନ୍ତା ୧୪ ମେରୁ ସଂକ୍ରାନ୍ତିରେ ନିଜ ନିଜ ମନ୍ଦିରକୁ ଫେରିଯିବେ ମା କାଳୀ। ସେଠାରେ ଗୋଟିଏ ଦିନ ଦଣ୍ଡପର୍ବ ଅନୁଷ୍ଠିତ ହେବ । ସେଥିପାଇଁ ମା’ ଏବେ ନିଜ ଦେଉଳ ନିକଟସ୍ଥ ଗାଁ ମାନସିକ ଧାରୀଙ୍କ ଦାଣ୍ଡରେ ଦଣ୍ଡ ବିଧାନ କରୁଥିବା ଦେଖିବାକୁ ମିଳିଛି। ଶନିବାର ସୀତାରାମ ପୁର ପୁଞ୍ଜା ମା’ ଦଣ୍ଡକାଳୀଙ୍କ ପର୍ବ ତ୍ରିବେଣୀ ମଠ ଛକରେ ଅନୁଷ୍ଠିତ ହୋଇଥିଲା । ଦାସ ପରିବାର ତଥା ଗୋବିନ୍ଦ ଚନ୍ଦ୍ର ଦାସ, ସନ୍ଧ୍ୟାରାଣୀ ଦାସ ଗଦାଧର ଦାସ, ରାକେଶ ରଞ୍ଜନ ଦାସ, ଶୁଭଶ୍ରୀ ଦାସ ସୂତ୍ତପା ଦାସ, ସନ୍ଦୀପ ଦାସ, ନିରଞ୍ଜନ, ଗୁଡ଼ୁ, ବବୁଲୁ ପ୍ରମୁଖ ମା’ଙ୍କୁ ନିମନ୍ତ୍ରଣ କରି ଦୁଆର ପର୍ଯ୍ୟନ୍ତ ପାଛୋଟି ଆଣିଥିଲେ l ପୂଜାର୍ଚନା ପରେ ପୂର୍ବାହ୍ନରେ ଦଣ୍ଡୁଆ ବା ତେର ଭୋକ୍ତାଙ୍କ ଦ୍ୱାରା ଧୂଳି ଦଣ୍ଡ ଅନୁଷ୍ଠିତ ହୋଇଥିଲା। ବିଳମ୍ବିତ ରାତିରେ ମା’ କାଳୀଙ୍କୁ ସୁମରଣା କରାଯିବା ପରେ ସଂସ୍କୃତିକ କାର୍ଯ୍ୟକ୍ରମ ତଥା ଦଣ୍ଡ ପୂରାଣ ଦୁଃଖ ଦେଇଗଲା ସାପୁଆ କେଳା ମଞ୍ଚସ୍ତ ହେବ ବୋଲି ଆୟୋଜକ ସୂଚନା ଦେଇଛନ୍ତି।