ମା’ ଭଣ୍ତାର ଘରିଆଣୀଙ୍କ ଦୁର୍ଗା ପୂଜା ମହାସମାରୋହରେ ସମ୍ପନ୍ନ: ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼

ଥୁଆମୂଳ ରାମପୁର,୩।୧୦(ଦୁର୍ଗା କୀର୍ତ୍ତି): ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ପବିତ୍ର ବିଜୟା ଦଶମୀ ଅବସରରେ ଆଶ୍ୱିନ ମାସ ଶୁକ୍ଳ ଦଶମୀ ତିଥିରେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପରିସରସ୍ଥିତ ମାଁ ଭଣ୍ଡାର ଘରଣୀଙ୍କୁ ପୀଠଠାରେ ମାଁ ଭଣ୍ତାର ଘରିଆଣୀ ଦେବୀ ଏବଂ ମାଁ ଦଶଭୁଜା ମହାମାଇ ଦୁର୍ଗା ଦେବୀଙ୍କ ପୂଜା ମହାସମାରୋହରେ ସମ୍ପନ୍ନ ହୋଇଯାଇଛି l ଲଗ୍ନ ନୁସାରେ ଶୁଭ ବେଳା ସମୟରେ ମାଁ ଭଣ୍ତାର ଘରିଆଣୀଙ୍କର ନୀତିକ୍ରାନ୍ତି ଆରମ୍ଭ ଓ ଶୁଦ୍ଧ ଜଳ ସ୍ନାନାଦି ଓ ବସ୍ତ୍ର ପରିଧାନ ଓ ରୀତିନୀତି ପୂଜାର୍ଚ୍ଚନା ହେବା ପରେପରେ ଘଣ୍ଟଘଣ୍ଟା ବାଜା ସହକାରେ ଥାନା ଅଧିକାରୀ କୈବଲ୍ୟ ସେଠଙ୍କୁ ବରଣ କରାଯାଇ ନିକଟସ୍ଥ ପୋଖରୀକୁ ଯାଇ ମାତା ଗଙ୍ଗାଙ୍କର ପୂଜାର୍ଚ୍ଚନା ଅସ୍ତ୍ର ଧୌତ କଳସରେ ଜଳ ଭତ୍ତି ଭଳି କାର୍ଯ୍ୟ ସାରି ଥାନା ଅଭିମୁଖେ ଯାଇ ଥାନାରେ ପହଞ୍ଚିବା ପରେ ସ୍ବାଗତ ସମ୍ବର୍ଦ୍ଧନା ସହ ପାଛୋଟି ନେଇ ମା’ଙ୍କ ପାଖରେ କଳସ ସ୍ଥାପନ କରିଥିଲେ।

ପରେ ମା’ ଭଣ୍ତାରଘରିଆଣୀ ଓ ଦୁର୍ଗାଙ୍କର ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋମ କାର୍ଯ୍ୟ ସହ ମହାସମାରୋହରେ ସମ୍ପନ୍ନ ହୋଇଥିଲା ମା’ଙ୍କ ଏହି ପୂଜା କାର୍ଯ୍ୟ । ଏଥିରେ ମା’ଙ୍କୁ ଦର୍ଶନ କରିବା ପାଇଁ ଆଖପାଖ ଅଞ୍ଚଳର ଶ୍ରଦ୍ଧାଳୁ ଓ ଭକ୍ତଙ୍କ ସମେତ ଅନେକ ମାନସିକଧାରୀଙ୍କ ସମାଗମ ହୋଇଥିବାର ଦେଖିବାକୁ ମିଳିଥିଲା। ମା’ଙ୍କ ପୂଜା କାର୍‌ୟଯରେ ଥାନା ଅଧିକାରୀ କୈବଲ୍ୟ ସେଠ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିବା ବେଳେ ଶରତ ଚନ୍ଦ୍ର ପୁରୋହିତ ଓ ମଧୁସୁଦନ ପଣ୍ତା ପୂଜକ ଭାବେ ପୂଜାର୍ଚ୍ଚନା କରିଥିଲେ।
ମା’ଙ୍କ ପୂଜାର୍ଚ୍ଚନା କାର୍ଯ୍ୟରେ ଏସ.ଆଇ ପ୍ରହଲ୍ଲାଦ ପାଣିଗ୍ରାହୀ, ଏଆଇ ସନ୍ତୋଷ କୁମାର ସେଠି, କନଷ୍ଟେବଳ ଶିବ ଶଙ୍କର ମାଝୀ, ପ୍ରତାପ ମାଝୀ, ଦାମୋଦର ଶବରଙ୍କ ସମେତ ୍ଯଯଯ୍ଯଯଯ ପୋଲସି କର୍ମଚାରୀ ଉପସ୍ଥିତ ରହିଥିବା ବେଳେ ଆଇଆରବି, ହୋମଗାର୍ଡ, ଗ୍ରାମରଖି ଓ ଅନ୍ୟାନ୍ୟଯ କର୍ମଚାରୀ ସହଯୋଗ କରିଥିଲେ। ଠିକ ସେଭଳି କର୍ଲାପାଟ ଥାନା ଏବଂ ଥୁଆମୂଳ ରାମପୁର ଅଗ୍ନିଶମ ବିଭାଗ କାର୍ଯ୍ୟାଳୟ ଠାରେ ମଧ୍ୟ ଶାରଦୀୟ ଦୁର୍ଗାପୂଜା ରୀତି ନୀତି ସହ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି।