ମହାକାଳୀ ବେଶରେ ମା’ ଭଦ୍ରକାଳୀ

ଭଦ୍ରକ ଅଫିସ,୨୫।୧୦-ଭଦ୍ରକର ଅଧିଷ୍ଠାତ୍ରୀ ଦେବୀ ମା’ ଭଦ୍ରକାଳୀ ସପ୍ତମାତୃକା ବେଶର ଦ୍ୱିତୀୟ ଦିନରେ ମଙ୍ଗଳବାର ମହାକାଳୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଛନ୍ତି। ସୂର୍ଯ୍ୟପରାଗ ଥିବାରୁ ଭୋର ୪ଟା ୪୫ ପୂର୍ବରୁ ମା’ଙ୍କୁ ମହାକାଳୀ ବେଶରେ ସଜ୍ଜିତ କରାଯାଇଥିଲା। ଏହି ବେଶରେ ମା’ ନାଲି ପାଟବସ୍ତ୍ର ପରିଧାନ କରିବା ସହ ମୁଖମଣ୍ଡଳ ଶ୍ୟାମଳ ବର୍ଣ୍ଣ ଥିଲା। ମା’ ନିଜ କୋଳରେ ବାଲଗୋପାଳଙ୍କ ବିଗ୍ରହକୁ ଧାରଣ କରି ସ୍ନେହମୟୀ ଓ ମଙ୍ଗଳମୟୀର ପରିଚୟ ଦେଇଛନ୍ତି। ତେବେ ସୂର୍ଯ୍ୟପରାଗ ଥିବାରୁ ସମସ୍ତ ନୀତିକାନ୍ତି ବନ୍ଦ ରଖାଯାଇଛି। ପ୍ରକାଶ ଥାଉକି, ପ୍ରଥମଦିନ ସୋମବାର ମା’ ଭଦ୍ରକାଳୀ ବେଦମାତା ବେଶରେ ଦର୍ଶନ ଦେଇଥିଲେ।

Share