ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା: ହାଇଲାଇଟ୍‌ କରୁଛି ମଞ୍ଚସ୍ଥ ଅପେରା ବଞ୍ଚିବାକୁ ଏଠି…

ଦିଗପହଣ୍ଡି,୩।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହରର ଆରାଧ୍ୟ ଦେବୀ ମା’ ବୁଢ଼ୀ ଠାକୁରାଣୀଙ୍କ ଶାରଦୀୟ ଯାତ୍ରା ମହୋତ୍ସବକୁ ଶୁକ୍ରବାର ୪ ଦିନ ବିତିଛି। ଦୂରଦୁରାନ୍ତରେ ରହୁଥିବା ବ୍ୟକ୍ତି ଯାତ୍ରା ପୀଠରେ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ନିମନ୍ତେ ସପରିବାର ସହ ପହଞ୍ଚିଛନ୍ତି। ଅସ୍ଥାୟୀ ଯାତ୍ରା ପୀଠକୁ ମା’ଙ୍କ ଆଗମନ ପରେ ସମଗ୍ର ଦିଗପହଣ୍ଡି ସହର ଚଳଚଞ୍ଚଳ ହୋଇପଡିଛି । ଆକର୍ଷଣୀୟ ତୋରଣ, ମୀନାବଜାର, ରାମ ଦୋଳି ଏବଂ ଝଲସି ଉଠୁଥିବା ଆଲୋକ ମାଳା ଶ୍ରଦ୍ଧାଳୁଙ୍କ ଭିଡକୁ ବହୁଗୁଣିତ କରିବାରେ ସହାୟକ ହୋଇଛି। ସାରେ ବଜାରସାହି ଗାନ୍ଧୀଛକସ୍ଥିତ ଅସ୍ଥାୟୀ ଯାତ୍ରାପୀଠରେ ଶକ୍ତିପଲ୍ଲବ ତନ୍ତ୍ର ମତେ ଉଗ୍ରଚଣ୍ଡୀ ମଣ୍ଡଳ କ୍ରମେ ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ସେବା ପୂଜା ମଣୋହି କରାଯାଇଥିଲା। ମା’ଙ୍କୁ ଦର୍ଶନ ଓ ପୂଜା ପାଇଁ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଥିଲା। ମୁଖ୍ୟ ସେବାୟତ ଆଦିତ୍ୟ ପାତ୍ର ସହସ୍ର ପରମିତ ଆଳତି କରିବା ପରେ ପୁରୋହିତ ପଣ୍ଡିତ ସନାତନ ରଥ ଶର୍ମା ଘଟ ଶୋଭାଯାତ୍ରା ପାଇଁ ମା ’ଙ୍କୁ ଆବାହନ କରିଥିଲେ। ମା ’ଙ୍କ ଆଜ୍ଞାମାଳ ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମା’ଙ୍କ ହୁକୁମ ନେଇ ମସ୍ତକକୁ ଘଟ ଉଠାଇଥିଲେ। ମୁଖ୍ୟ ଘଟକୁ ସମ୍ମୁଖ ଭାଗରେ ରଖାଯିବା ପରେ ମା ’ ବୁଢ଼ୀ ଠାକୁରାଣୀ ବାଦ୍ୟ ବାଜଣାର ତାଳେ ତାଳେ ଝୁଲିଝୁଲି ଯାତ୍ରାପୀଠରୁ ଶୋଭାଯାତ୍ରାରେ ବାହାରି ବଜାର ସାହି, କମାର ସାହି ଗଳି ଦେଇ ଗୋପବନ୍ଧୁ ସାହି, ସାନବ୍ରାହ୍ମଣ ସାହି, ସୁନାରି ସାହିର ଉତ୍ତରପଟ, ଦକ୍ଷିଣ ପଟ, ଫୁଲ ସୁନ୍ଦରୀ ସାହି, ନୂଆସାହି,ମୁଖାର୍ଜୀ ଲେନ, କମା ସାହି, କରଣ ସାହି, ହାଇସ୍କୁଲ ରୋଡ଼,ବିଷ୍ଣୁ ନଗର, ବିଦ୍ୟାରତ୍ନ ସାହି, ଅନ୍ନପୂର୍ଣ୍ଣା ସାହି, ଗୁଡ଼ିଆ ଗଳି ଦେଇ ଯାତ୍ରା ପୀଠକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ଯାତ୍ରାପୀଠରେ ସକାଳେ ସାହାସପୁର ଗ୍ରାମର ଶ୍ରୀ ନୃସିଂହନାଥ କଳା ସଂଘର ପୌରାଣିକ ପ୍ରହଲ୍ଲାଦ ନାଟକ ଏବଂ ବାହାଡାଗୁଡ଼ା ଗ୍ରାମର ମା ’ ଠାକୁରାଣୀ ନାଟ୍ୟ ସଂଘର ପ୍ରହଲ୍ଲାଦ ନାଟକ ପରିବେଷଣ କରାଯାଇଥିଲା। ରାତି ପ୍ରାୟ ୧୧ ଟାରେ ଫାସିଗୁଡ଼ା ପଞ୍ଚାୟତ ତୁଣ୍ଡୁରା ଗ୍ରାମର ‘ବଞ୍ଚିବାକୁ ଏଠି ଡର ଲାଗୁଛି ’ ଅପେରା ଟୁଟୁ ପାଢ଼ୀଙ୍କ ନିର୍ଦ୍ଦେଶନାରେ ମଞ୍ଚସ୍ଥ ହୋଇଥିଲା। ଯାତ୍ରା ପରିଚାଳନା କମିଟିର କର୍ମକର୍ତ୍ତା ବିକାଶ ପଶୁପାଳକ , ଏ . ସାକିଲି , ବିଚିତ୍ରାନନ୍ଦ ପଟ୍ଟନାୟ , ଦୀପକ କୁମାର ମିଶ୍ର, ଆଶିଷ ପଟ୍ଟନାୟକ , କୁରେଶୁ ମହାରଣା, ନୀଳମାଧବ ଗୌଡ , ପ୍ରଦୀପ କୁମାର ପଣ୍ଡା , ରବିନ୍ଦ୍ର ମାର୍ଥା , ଶିବଶଙ୍କର ମହାଙ୍କୁଡ, ଏ . ଗୋବିନ୍ଦଙ୍କ ସମେତ ଅନ୍ୟାନ୍ୟ ଯାତ୍ରା କମିଟି ସଦସ୍ୟ