Categories: ଅନୁଗୋଳ

ଲୁଟୁ ରଞ୍ଜନ ଥାପ୍ପା ଜିଲା ଯୁବ କଂଗ୍ରେସ ସଭାପତି

ଅନୁଗୋଳ ଅଫିସ୍‌, ୧୯ା୭: ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ୧୦ଟି ସାଙ୍ଗଠନିକ ଜିଲାର ନୂତନ ଜିଲା ସଭାପତିଙ୍କ ନାମ ଘୋଷଣା କରାଯାଇଛି। ଅନୁଗୋଳ ଜିଲା ସଭାପତି ଭାବେ ବରିଷ୍ଠ ଯୁବ କଂଗ୍ରେସ ନେତା ଲୁଟୁ ରଞ୍ଜନ ଥାପ୍ପାଙ୍କ ନାମକୁ ରାଜ୍ୟ ସଭାପତି ସ୍ମୃତିରଞ୍ଜନ ଲେଙ୍କା ଘୋଷଣା କରିଛନ୍ତି। ଲୁଟୁ ରଞ୍ଜନ ପୂର୍ବରୁ ରାଜୀବ ଗାନ୍ଧୀ ଛାତ୍ର ସଙ୍ଗଠନର ଜିଲା ଉପସଭାପତି, ଛାତ୍ର କଂଗ୍ରେସର ସାଧାରଣ ସମ୍ପାଦକ ରହିଥିଲେ। ଏଥିସହ ଜିଲା ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମଧ୍ୟ ସେ ଦାୟିତ୍ୱ ତୁଲାଇଛନ୍ତି। ଏହି ନିଯୁକ୍ତି ପାଇଁ ଅଖିଳ ଭାରତୀୟ କଂଗ୍ରେସ କମିଟିର ସମ୍ପାଦକ ଡ. ବିଶ୍ୱରଞ୍ଜନ ମହାନ୍ତି, ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତିରଞ୍ଜନ ଲେଙ୍କା, ପ୍ରଦେଶ ଯୁବ କଂଗ୍ରେସ ପୂର୍ବତନ ସାଧାରଣ ସମ୍ପାଦକ ବିମଳ ବେହେରାଙ୍କୁ ଲୁଟୁ ରଞ୍ଜନ ଧନ୍ୟବାଦ ଜଣାଇଛନ୍ତି।