Categories: Home Leftଖେଳ

ଆଜି ଲକ୍ଷ୍ନୌ-ରାଜସ୍ଥାନ ଲଢ଼େଇ

ମୁମ୍ବାଇ,୧୫।୫: ଗୁଜରାଟ ଟାଇଟନ୍ସ ପ୍ରଥମ ଟିମ୍‌ ଭାବେ ପ୍ଲେ ଅଫ୍‌ରେ ସ୍ଥାନ ପାଇଥିବା ବେଳେ ଅନ୍ୟ ଟିମ୍‌ ମଧ୍ୟରେ ଲଢ଼େଇ ଜାରି ରହିଛି। ଏହି କ୍ରମରେ ରବିବାର ରାଜସ୍ଥାନ ରୟାଲ୍ସକୁ ଭେଟିବ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସ। ଲଗାତାର ୪ଟି ମ୍ୟାଚ୍‌ରେ ଜିତି ଲକ୍ଷ୍ନୌ ଅଙ୍କ ତାଲିକା ଶୀର୍ଷରେ ରହିଥିଲା। ହେଲେ ଗୁଜରାଟଠାରୁ ହାରିବା ପରେ ଦଳ ଦ୍ୱିତୀୟ ସ୍ଥାନକୁ ଚାଲିଆସିଥିଲା। ଏବେ ଦଳ ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ଜିତି ପ୍ଲେଅଫ୍‌ରେ ସ୍ଥାନ ପାଇବାକୁ ଅଣ୍ଟା ଭିଡିଛି। ସେହିଭଳି ରାଜସ୍ଥାନ ମଧ୍ୟ ନିଜର ସ୍ଥିତି ମଜଭୂତ କରିବାକୁ ମଇଦାନକୁ ଓହ୍ଲାଇବ ।