ଭୁବନେଶ୍ଵର,୧୦।୨: ଲକ୍ଷ୍ନୌ ସୁପର ଜଏଣ୍ଟସ୍ (ଏଲଏସଜି) ଶାମର ଜୋସେଫଙ୍କୁ ଟାଟା ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୨୦୨୪ ର ଆଗାମୀ ସଂସ୍କରଣ ପାଇଁ ପେସର୍ ମାର୍କ ଉଡ୍ ଙ୍କ ବଦଳରେ ଦଳରେ ସାମିଲ କରିଛି।
ଜୋସେଫ୍ ୩ କୋଟିରେ ଲକ୍ଷ୍ନୌରେ ଯୋଗଦେବେ। ନିକଟରେ ଗାବାରେ ୱେଷ୍ଟଇଣ୍ଡିଜ୍ ଟେଷ୍ଟ ବିଜୟ ସମୟରେ ଦ୍ରୁତ ବୋଲର ଅଷ୍ଟ୍ରେଲିଆକୁ ପାଣି ପିଆଇଥିଲେ। ୱେଷ୍ଟଇଣ୍ଡିଜ ପାଇଁ ଅଷ୍ଟ୍ରେଲିଆରେ ଐତିହାସିକ ବିଜୟ ହାସଲ କରିବାକୁ ସେ ୨ ଇନିଂସରେ ୭ ୱିକେଟ୍ ନେଇଥିଲେ। ତେବେ ଆଇପିଏଲରେ ଏହା ଜୋସେଫଙ୍କର ପ୍ରଥମ ଅନୁଭବ ହେବ।