ଛାତିଥରା କାହାଣୀ, ପ୍ରେମିକ ସହ ମିଶି ଶାଶୁଙ୍କୁ ହତ୍ୟା କଲେ ୪୪ ବର୍ଷୀୟ ବୋହୂ

ଲକ୍ଷ୍ନୌ,୨୨।୩: ଉତ୍ତର ପ୍ରଦେଶର ରାଜଧାନୀ ଲକ୍ଷ୍ନୌରେ, ଜଣେ ୬୫ବର୍ଷୀୟା ମହିଳାଙ୍କୁ ତାଙ୍କ ନିଜ ଘର ଭିତରେ ଗଳାକାଟି ହତ୍ୟା କରାଯାଇଥିବା ନେଇ ଅଭିଯୋଗ ହୋଇଛି । ଲକ୍ଷ୍ନୌ ମହାନଗର ପୋଲିସ ଷ୍ଟେସନ ଅଧୀନସ୍ଥ ନିଶାତଗଞ୍ଜ ଅଞ୍ଚଳର ଲେନ୍ ନମ୍ବର ୨ରେ ଘଟିଛି। ପୀଡିତା ନିର୍ମଳା ଦେବୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ମିଶି ନିର୍ମମ ଭାବରେ ହତ୍ୟା କରିଥିଲେ। ତାଙ୍କୁ ଗଳାକାଟି ହତ୍ୟା କରିବା ସମୟରେ ସେ ପ୍ରତିରୋଧ କରିବାରୁ ବାରଣ କରିବା ପାଇଁ ତାଙ୍କ ହାତ ବାନ୍ଧି ଦେଇଥିଲେ । ନିର୍ମଳା ତାଙ୍କ ପୁଅ ତ୍ରିଦେଶ ଏବଂ ତାଙ୍କ ବୋହୂ ରଞ୍ଜନା (୪୪) ସହିତ ରହୁଥିଲେ । ଘଟଣା ସମୟରେ, ତ୍ରିଦେଶଙ୍କ ଝିଅ ଉନ୍ନାଓରେ ତାଙ୍କ ମାମୁ ଘରକୁ ଯାଇଥିଲେ । ତାଙ୍କ ଅନ୍ୟ ଝିଅ ଶାନଭି ବର୍ମା ( ୨) ଏବଂ ପୁଅ ଆଦିତ୍ୟ ବର୍ମା (୧୪) ଘରେ ଉପସ୍ଥିତ ଥିଲେ।

ନାତି ଡେଲିଭରି ବୟ ଭାବେ କାମ କରୁଥିବା ବେଳେ ସେ କାମ ସାରି ଫେରିବା ବେଳକୁ ଘରେ ଯାହା ଦେଖିଲେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ଜେଜେମା ହାତ ଗୋଡ ବନ୍ଧା ଅବସ୍ଥାରେ ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିଲେ। ଏହାପରେ ସେ ପଡୋଶୀଙ୍କ ସହ ଆମ୍ବୁଲାନ୍ସ ଡାକିବା ସମୟରେ ବୋହୂ ରଞ୍ଜନା ମଧ୍ୟ ସେଠାରେ ପହଞ୍ଚିଲେ। ପୋଲିସ ରଞ୍ଜନାଙ୍କ ଆଚରଣ ସନ୍ଦେହଜନକ ପାଇଲା, ପରେ ତଦନ୍ତ ଆରମ୍ଭ କରିଥିଲା ।

ପରେ, ସନ୍ଦେହ କରି ପୋଲିସ ବୋହୂ ରଞ୍ଜନାକୁ ହେପାଜତକୁ ନେଇ ପଚରାଉଚରା ଆରମ୍ଭ କଲା। ପଚରାଉଚରା ସମୟରେ ଜଣାପଡିଲା ଯେ ଭଡାଟିଆ ରାଜନ ସହିତ ତ୍ରିଦେଶଙ୍କ ସ୍ତ୍ରୀ ରଞ୍ଜନାଙ୍କ ସହିତ ଅବୈଧ ସମ୍ପର୍କରେ ଜଡିତ ଥିଲା। ଶାଶୁ ଏବଂ ପରିବାରର ଅନ୍ୟ ସଦସ୍ୟମାନେ ଅନେକ ଥର ଏହି ଦମ୍ପତିଙ୍କୁ ଆପତ୍ତିଜନକ ପରିସ୍ଥିତିରେ ଧରିଥିଲେ। ଏହା ପରିବାର ମଧ୍ୟରେ ବିବାଦ ସୃଷ୍ଟି କରିଥିଲା; ତଥାପି, ରଞ୍ଜନା ରାଜନଙ୍କ ସହିତ ସାକ୍ଷାତ କରିବା ବନ୍ଦ କରି ନଥିଲେ। ଏପରି ବାରମ୍ବାର ହେବା କାରଣରୁ ତାଙ୍କୁ ଜୀବନରୁ ମାରି ଦେଇଥିଲେ ବୋହୂ ।

 

Dharitri – Odisha’s No.1 Odia Daily

Share