Categories: Home Leftଖେଳ

କେ.ଏଲ ରାହୁଲଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟା ଦଳର ଅଧିନାୟକ

ନୂଆଦିଲ୍ଲୀ,୩।୫ : ଆଇପିଏଲ ସିଜିନ ୧୬ର ୪୪ ତମ ମ୍ୟାଚରେ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍ସ(ଏଲଏସଜି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ) ବୁଧବାର ଲକ୍ଷ୍ନୌର ଅଟଳ ବିହାରୀ ଏକନ୍ନା କ୍ରିକେଟ ଷ୍ଟାଡିୟମରେ ଖେଳାଯିବ। ମ୍ୟାଚ ପୂର୍ବରୁ ଲକ୍ଷ୍ନୌ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ଆହତ କାରଣରୁ ଅଧିନାୟକ କେ.ଏଲ ରାହୁଲ ଏହି ମ୍ୟାଚରୁ ବାଦ୍‌ ପଡିଛନ୍ତି। ତେବେ ରାହୁଲଙ୍କ ସ୍ଥାନରେ କ୍ରୁନାଲ ପାଣ୍ଡ୍ୟାଙ୍କୁ ଦଳର ଅଧିନାୟକ କରାଯାଇଛି। ଏନେଇ ଲକ୍ଷ୍ନୌ ଟୁଇଟ କରି ଏ ବିଷୟରେ ସୂଚନା ଦେଇଛି। ତେବେ ଆହତ କାରଣରୁ ରାହୁଲ ଏହି ସିଜନରେ ମଧ୍ୟ ଫେରି ନ ପାରନ୍ତି ବୋଲି କୁହାଯାଉଛି।

ବୁଧବାର ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରୁ ଲକ୍ଷ୍ନୌ ସୁପର ଜିଆଣ୍ଟସ ଅଧିନାୟକ କେ.ଏଲ ରାହୁଲଙ୍କୁ ଆହତ ଯୋଗୁ ବାଦ୍‌ ଦିଆଯାଇଥିବା ଲକ୍ଷ୍ନୌ ନିଜ ୱେବସାଇଟରେ ସୂଚନା ଦେଇଥିଲା। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ରାହୁଲ ଆହତ ହୋଇଥିଲେ। ତେବେ ସେ ଶୀଘ୍ର ସୁସ୍ଥ ହେବା ପାଇଁ ପ୍ରୟାସ କରାଯାଉଛି।