Categories: ଖେଳ

ଦିଲ୍ଲୀର ଷଷ୍ଠ ବିଜୟ

ଲକ୍ଷ୍ନୌ,୨୨ା୪: ମୁକେଶ କୁମାର ଘାତକ ବୋଲିଂ ବଳରେ ଦିଲ୍ଲୀ ପ୍ୟାପିଟାଲ୍ସ (ଡିସି) ୮ ଉଇକେଟରେ ଲକ୍ଷ୍ନୌ ସୁପର ଜାଏଣ୍ଟ୍ସ (ଏସ୍‌ଏଲ୍‌ଜି)କୁ ପରାସ୍ତ କରିଛି। ଲକ୍ଷ୍ନୌ ପକ୍ଷରୁ ପ୍ରଦତ୍ତ ୧୬୦ ରନର ଲକ୍ଷ୍ୟକୁ ଦିଲ୍ଲୀ ୧୭.୫ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଏହା ଦିଲ୍ଲୀର ଷଷ୍ଠ ବିଜୟ ହୋଇଥିବା ବେଳେ ଲକ୍ଷ୍ନୌ ଲାଗି ଏହା ଚତୁର୍ଥ ପରାଜୟ।

ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଲକ୍ଷ୍ନୌ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ହରାଇ ୧୫୯ ରନ କରିଥିଲା। ଦଳ ପକ୍ଷରୁ ଦୁଇ ଓପନର ଏଡେନ ମାରକ୍ରାମ ୫୨(୨ ଚୌକା ଓ ୩ ଛକା) ଓ ମିଚେଲ ମାର୍ଶ ୪୫ (୩ ଚୌକା ଓ ୧ ଛକା) ରନ କରିଥିବା ବେଳେ ଆୟୁଷ ବଦୋନୀ ୩୬ (୬ ଚୌକା) ରନ କରିଥିଲେ।

ଦିଲ୍ଲୀ ପକ୍ଷରୁ ମୁକେଶ କୁମାର ସର୍ବାଧିକ ୪ ଉଇକେଟ ନେଇଥିବା ବେଳେ ମିଚେଲ ଷ୍ଟାର୍କ ଓ ଦୁଶମନ୍ଥା ଚମିରା ଗୋଟିଏ ଲେଖାଏ ଉଇକେଟ ହାତେଇଥିଲେ। ଜବାବରେ ଦିଲ୍ଲୀ ୧୬୦ ରନର ଟାଗେର୍ଟକୁ ୧୭.୫ ଓଭରରେ ୨ ଉଇକେଟ ହରାଇ ହାସଲ କରି ନେଇଥିଲା। ଅଭିଷେକ ପୋରେଲ ୩୬ ବଲରେ ୫୧ (୫ ଚୌକା ଓ ୧ ଛକା) ରନ କରି ଆଉଟ୍‌ ହୋଇଥିବା ବେଳେ ଲୋକେଶ ରାହୁଲ ୫୭ (୩ ଲେଖାଏ ଚୌକା ଓ ଛକା) ଓ ଅଧିନାୟକ ଅକ୍ଷର ପଟେଲ ୩୪ (୧ ଚୌକା ଓ ୪ ଛକା) ଅପରାଜିତ ରହିଥିଲେ। ଦିଲ୍ଲୀ ପକ୍ଷରୁ ମାରକ୍ରାମ ଦୁଇଟି ଉଇକେଟ ନେଇଥିଲେ।

Share
Tags: sports