ଡିସେମ୍ବର ୧ରୁ ଶସ୍ତା ହୋଇଯିବ ଏଲପିଜି ଗ୍ୟାସ୍, ଜାଣନ୍ତୁ ନୂଆ ରେଟ୍…

ନୂଆଦିଲ୍ଲୀ,୨୮।୧୧: ପ୍ରତି ମାସର ପ୍ରଥମ ଦିନକୁ ଏଲପିଜି ସିଲିଣ୍ଡର ମୂଲ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ କୁହାଯାଏ। ଡିସେମ୍ବର ୧ ତାରିଖରେ ଘରୋଇ ଏଲପିଜି ସିଲିଣ୍ଡର ମୂଲ୍ୟ ୨୦ ଟଙ୍କା ପର୍ଯ୍ୟନ୍ତ ହ୍ରାସ ପାଇପାରେ ବୋଲି ଆଶା କରାଯାଉଛି। ଏହି ପରିମାଣର ହ୍ରାସ ନିଶ୍ଚିତ ଭାବରେ ଗ୍ରାହକମାନଙ୍କୁ ମୁଦ୍ରାସ୍ଫୀତିରୁ କିଛି ଆଶ୍ୱସ୍ତି ପ୍ରଦାନ କରିବ। ମୂଲ୍ୟ ହ୍ରାସ ସମ୍ପର୍କରେ ଏପର୍ଯ୍ୟନ୍ତ କେହି ମତାମତ ଦେଇନାହାଁନ୍ତି। ଗଣମାଧ୍ୟମ ରିପୋର୍ଟରେ ଏପରି ଦାବି କରାଯାଉଛି। ଯଦି ମୂଲ୍ୟ ହ୍ରାସ ପାଏ, ତେବେ ଗ୍ରାହକମାନେ କେତେ ଟଙ୍କାରେ ଏଲପିଜି ସିଲିଣ୍ଡର କିଣିପାରିବେ?

ଯଦି ଏଲପିଜି ସିଲିଣ୍ଡରର ମୂଲ୍ୟ ୨୦ ଟଙ୍କା ହ୍ରାସ ପାଏ, ତେବେ ଏହାକୁ କମ୍ ମୂଲ୍ୟରେ କିଣିପାରିବେ। ଏହା ଗ୍ରାହକଙ୍କ ପାଇଁ ଭଲ ଖବର ପ୍ରମାଣିତ ହେବ। ନୂଆଦିଲ୍ଲୀରେ ବର୍ତ୍ତମାନର ମୂଲ୍ୟ ୫୫୩ ଟଙ୍କା ରହିଛି। ଯଦି ଏଥିରେ ୨୦ ଟଙ୍କା ହ୍ରାସ କରାଯାଏ, ତେବେ ଏହାକୁ ୮୩୩ରେ କିଣାଯାଇପାରିବ।

ସେହିପରି ଓଡ଼ିଶାର ରାଜଧାନୀ ଭୁବନେଶ୍ବରରେ ବର୍ତ୍ତମାନ ୮୭୯ ଟଙ୍କାରେ ଏଲପିଜି ଗ୍ୟାସ ସିଲିଣ୍ଡର ମିଳୁଛି। ଏଥିରେ ୨୦ ଟଙ୍କା ହ୍ରାସ ହେଲେ ୮୫୯ ଟଙ୍କାରେ ମିଳିବ ଗ୍ୟାସ।

Share