ପେଟ୍ରୋଲ, ଗ୍ୟାସକୁ ନେଇ ଆସିଲା ବଡ଼ ଅପ୍‌ଡେଟ୍‌: ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ କହିଲେ…

ନୂଆଦିଲ୍ଲୀ,୧୩।୩: ଏଣିକି ପେଟ୍ରେଲ୍‌ ଏବଂ ଗ୍ୟାସ କଳାବଜାର କରୁଥିଲେ ହୋଇଯାନ୍ତୁ ସାବଧାନ। ନିଆଯିବ କଠୋର କାର୍ଯ୍ୟାନୁଷ୍ଠାନ। କଳାବଜାର ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସୂଚନା ଦେଇଛନ୍ତି,ପେଟ୍ରୋଲିୟମ ମନ୍ତ୍ରଣାଳୟ ଯୁଗ୍ମ ସଚିବ ସୁଜାତା ଶର୍ମା। କଳାବଜାର କିମ୍ବା ବେଆଇନ ଭାବେ ଗଚ୍ଛିତ ରଖିଥିବା ଖବର ମିଳିଲେ କଡ଼ା ଆକ୍ସନ ନିଆଯବ। ଏନେଇ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଠି କଳାବଜାର ହେଉଥିବା ଖବର ମିଳିବ ସେଠାରେ ଚଢ଼ାଉ ହୋଇ କାର୍ଯ୍ୟାନୁଷ୍ଠାନ ନିଆଯିବ। ରାଜସ୍ଥାନ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶରେ କାର୍ଯ୍ୟାନୁଷ୍ଠାନ ନିଆଯାଇଥିବା ବେଳେ ବାକି ଯେଉଁ ରାଜ୍ୟରେ କଳାବଜାର ଖବର ଆସିବ ସେଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନିଆଯିବ।

ଅନ୍ୟପକ୍ଷେ ଯୁଗ୍ମ ସଚିବ କହିଛନ୍ତି, ଏବେ ଦୈନିକ ୭୫ ଲକ୍ଷ ଗ୍ୟାସ ବୁକିଂ ହେଉଛି, ପୂର୍ବରୁ ୫୦ ଲକ୍ଷ ହେଉଥିଲା। ତେବେ ଦେଶରେ ତେଲ ଓ ଗ୍ୟାସର କୌଣସି ଅଭାବ ନାହିଁ। ସୋସିଆଲ ମିଡିଆରେ ହେଉଥିବା କୌଣସି ଗୁଜବ ଉପରେ ଆଦୌ ବିଶ୍ବାସ କରନ୍ତୁ ନାହିଁ ବୋଲି ଯୁଗ୍ମ ସଚିବ କହିଛନ୍ତି। ବିଶୋଧନାଗାରଗୁଡ଼ିକରେ ଅଶୋଧିତ ତୈଳ ପର୍ଯ୍ୟାପ୍ତ ପରିମାଣର ରହିଛି ବୋଲି ଯୁଗ୍ମ ସଚିବ ଶର୍ମା କହିଛନ୍ତି।

Share