ଦାରିଙ୍ଗବାଡି, ୨୧।୧୧ (ଅରୁଣ ସାହୁ): ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି ରେ ଗତ ୨ ଦିନ ହେଲା ଶୀତ କମିଛି କୁହାଯାଉଛି। ଲଘୁଚାପ ଆସୁଥିବାବେଳେ ଗୁରୁବାର ମଧ୍ୟାହ୍ନଠାରୁ ପାଗ କେତେବେଳେ ମେଘୁଆ ତ ଆଉ କେତେବେଳେ ହାଲକା ଖରାର ପ୍ରଭାବ ରହୁଛି। ଫଳରେ ଦିନରେ ପାଗ ମେଘୁଆ ଯୋଗୁ କୋହଲା ସହ ଦିନରେ ଶୀତ ଅନୁଭୂତ ହେଉଛି। କିନ୍ତୁ ରାତ୍ରିକାଳୀନ ଥଣ୍ଡା ଗାଏବ ହୋଇଯାଇଛି। ତାପମାତ୍ରାରେ ବୃଦ୍ଧି ହୋଇ ସର୍ବନିମ୍ନ ୭ ଡିଗ୍ରୀରୁ ୧୨ ଡିଗ୍ରୀରେ ଶୁକ୍ରବାର ସକାଳ ସୁଦ୍ଧା ତାପମାତ୍ରା ପହଞ୍ଚିଛି। ଫଳରେ ଆଜି ଶୀତ କମିଯାଇଛି।